କମଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ହାତୀ ଦିବସ ପାଳିତ
ଭଟଲି :- ବରଗଡ ଜିଲ୍ଲ ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ମହାବିଦ୍ୟାଳୟ ରେ ଜଙ୍ଗଲ ବିଭଗ ବରଗଡ ଡିଭିଜନ ତରଫରୁ ଆନ୍ତର୍ଜାତୀୟ ହାତୀ ଦିବସ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ବରଗଡ ଡ଼ି ଏଫ ଓ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଯୋଗଦେଇଥିବାବେଲେ , ସମ୍ମାନିତ ଅତିଥି ଭାବରେ ଏ ସିଏଫ ଡ଼ ହରମୋହନ ରଥ, ଓ କମଗାଁ ରେଞ୍ଜର ଶ୍ରୀମତୀ ଆରତୀ ନେଗି ଯୋଗଦେଇ ଥିଲେ । ମହିଳା ମହାବିଦ୍ୟାଳୟ କମଗାଁ ର ଅଧ୍ୟକ୍ଷ ଡ଼ ରତିକାନ୍ତ ସାହୁ. ସଭାରେ ସଭାପତିତ୍ବ କରିଥିଲେ ଓ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲ ତଥା ଅତିଥି ମାନେ ହାତୀ ସଂରକ୍ଷଣ ଓ ତାଙ୍କର ସୁରକ୍ଷା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ କିନ୍ତୁ ତାଙ୍କର ଯିବା ଆସିବାରେ ବ୍ୟାଘାତ ସୃଷ୍ଟି କଲେ ସେମାନେ ରାଗିଯାଇ ଗାଁ ଓ ସହର ମୁହାଁ ହୋଇ ଲୋକଙ୍କ କ୍ଷତି କରନ୍ତି ବୋଲି ବକ୍ତା ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ର ମଝିରେ ଏକ କ୍ଵିଜ ପ୍ରୋଗ୍ରାମ କରାଯାଇଥିଲା ଓ ଏଥିରେ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା । ଅଧ୍ୟାପିକା ଟୁନି ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରେଞ୍ଜର ଶ୍ରୀମତୀ ଆରତୀ ନେଗି ଧନ୍ୟବାଦ ପ୍ରଦାନ କରିଥିଲେ ।



