ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅଟଳ ଟିଙ୍କରିଂ ଲ୍ୟାବରେ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ୧୦ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି। ଅଷ୍ଟାଦଶ ଆନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ ଅଲିମ୍ପିଆଡ୍ ଅବସରରେ ୬୪ଟି ଦେଶର ୩୦୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ନିଜର ଆନନ୍ଦ ପ୍ରକାଶ କରି ଶ୍ରୀ ମୋଦୀ କହିଛନ୍ତି, ଭାରତ ସହଯୋଗର ଶକ୍ତିରେ ବିଶ୍ୱାସ କରେ ଏବଂ ଅଲିମ୍ପିଆଡ୍ ଏହାକୁ ପ୍ରତିଫଳିତ କରୁଛି।
ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ପାଲଟିଛି, ଯାହା ବିଭିନ୍ନ ପଦକ୍ଷେପ ଦ୍ୱାରା ସମର୍ଥିତ ହୋଇଛି। ବିଜ୍ଞାନ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ପଦକ୍ଷେପକୁ ପ୍ରଶଂସା ଶ୍ରୀ ମୋଦୀ କହିଛନ୍ତି, ଲଦାଖରେ ଭାରତରେ ବିଶ୍ୱର ସର୍ବୋଚ୍ଚ ଜ୍ୟୋର୍ତିବିଜ୍ଞାନ ପର୍ଯ୍ୟବେକ୍ଷଣ ମଧ୍ୟରୁ ଗୋଟିଏ ରହିଛି। ଏଥିସହ ଶ୍ରୀ ମୋଦୀ ଭାରତରର ଚନ୍ଦ୍ର ଅଭିଯାନ ସମ୍ପର୍କରେ କହିବା ସହ ଆଗକୁ ଦେଶ ଆଦିତ୍ୟ ଏଲ୍-ୱାନ୍ ମିଶନ ଉପରେ ନଜର ରଖିଛି ବୋଲି କହିଛନ୍ତି।



