ଓଁ ଶ୍ରୀ ଶ୍ରୀ ସମ୍ଭୁ ଗୋପାଳ ଜିଉ ମଠରେ ବୈଷ୍ଣବ ମତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ
ଢେଙ୍କାନାଳ ଆଦ୍ୟ ତା 16/08/2025 ରିଖ ଶ୍ରୀ ଶ୍ରୀ ଶମ୍ଭୁ ଗୋପାଳ ଜିଉ ମନ୍ଦିରରେ ବୈଷ୍ଣବ ମତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ ଅବସରରେ ପ୍ରଭାତରୁ ପ୍ରଭୁ ଶ୍ରୀ ବିଗ୍ରହ ଙ୍କ ବୈଦିକ ନୀତି ରେ କରାଯିବା ସହିତ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ବିଗ୍ରହ ଙ୍କୁ ଶୁଙ୍ଗା ର ସହିତ ପ୍ରଭୁଙ୍କ ଦର୍ଶନ ସନ୍ଧ୍ୟା 8 ଟାରୁ ଆରମ୍ଭ ହୋଇ ଥିଲା।ଏଥି ସହିତ ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ସହିତ ସନ୍ଧ୍ୟାରେ ସଙ୍କୀର୍ତ୍ତନ ଓ ପ୍ରସାଦ ବଣ୍ଟନ ହୋଇଥିଲା । ମୁଖ୍ୟ ପୂଜକ ବିଭୂତି ଭୂଷଣ ପଣ୍ଡା,ମୁଖ୍ୟ ସେବକ ଜଳଧର ରାଉତ, ଏବଂ ଧୋବା ରାଉତ ସହଯୋଗ କରିଥିଲେ।



