ଝୁମ୍ପୁରା ପୋଲିସ କୁ ବଡ ସଫଳତା । ୯ ଚୋରା ବାଇକ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଗିରଫ କରିଛି ଝୁମ୍ପୁରା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝୁମ୍ପୁରା ଥାନା ଅଧିନ ଅର୍ଶଳା ଗ୍ରାମ ଏମଡ଼ି. ମୋହିବ (୩୯), ଏବଂ ଏମଡି. ମିଶାବୁଲ ଓରଫ ମିଶୁ (୩୫ ), ବୋଲି ପୁଲିସ ସୂଚନା ଦେଇଛି । ସୂଚନାନୁଯାୟୀ ବାଇକ ରେ ଡୁପ୍ଲିକେଟ ନମ୍ବରପ୍ଲେଟ ଲଗାଇ ଚୋରମାନେ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଛୀନତାୟୀ, ଚୋରୀ କରୁଥିଲେ । ଏହାକୁ ନିୟନ୍ତ୍ରଣ କରିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୌଶଳ କର ସ୍ଵତନ୍ତ୍ର ଟିମ ଗଠନ କରିଥିଲେ । ଏହି ସ୍ଵତନ୍ତ୍ର ଟିମ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବାଇକ ଗୁଡିକ ଯାଞ୍ଚ ଆରମ୍ଭ କରିଥିଲେ । ଏହି କ୍ରମରେ ଝୁମ୍ପୁରା ଥାନା ପକ୍ଷରୁ ବୁଧବାର ଦିନ ବାଇକ ଯାଞ୍ଚ ଚାଲିଥିବା ବେଳେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ନଥିବା ଓଡି୦୯କେ୦୧୮୭ ନମ୍ବର ବାଇକ କୁ ସନ୍ଦେହ କରି ଅଟକ ରଖିଥିଲେ । ସେହି ବାଇକ ଚାଳକ କୁ ଜେରା କରିବାରୁ ସେହି ବାଇକ ଟିକୁ ଚୋରୀ କରିଥିବା ସ୍ୱୀକାର କରିଥିଲା ଏମଡି. ମୋହିବ । ପୋଲିସ ପକ୍ଷରୁ ଅଧିକ ତଦନ୍ତ କରି ବିଭିନ୍ନ ସମୟରେ ଝୁମ୍ପୁରା ବଜାର, ବାଲିବନ୍ଧ ହାଟ ପଡିଆ, ଝୁମ୍ପୁରା ବସଷ୍ଟାଣ୍ଡ ହନୁମାନ ମନ୍ଦିର ନିକଟ, ସଦର ଥାନା ଅନ୍ତର୍ଗତ ବେଲଦା ହାଟ ଆଦି ଅଂଚଳ ରୁ ୯ ଗୋଟି ବାଇକ ଚୋରୀ କରିଥିବା ସ୍ୱୀକାର କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ବାଇକ ରେ ଡୁପ୍ଲିକେଟ ନମ୍ବରପ୍ଲେଟ ଲଗାଇଥିବା ବେଳେ କିଛି ବାଇକ ବିକ୍ରି ମଧ୍ୟ କରି ଦେଇଥିଲେ । ଏହି ଘଟଣାର ଝୁମ୍ପୁରା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ




