“ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ
ଭବାନୀପାଟଣା, (ଜାଗ୍ରତ ଭାରତ) ୨୧। ୦୮। ୨୫, ପ୍ରାଥମିକ ଶିକ୍ଷର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ସମସ୍ତ ଛାତ୍ର ଛାତ୍ରୀ ନିୟମିତ ବିଦ୍ୟାଳୟକୁ ଆସିବା ଏବଂ କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ପାଠପଢା ଛାଡି ନଦିଅନ୍ତୀ ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଦରକାର। ପ୍ରାଥମିକ ଶିକ୍ଷ୍ୟା ରୁ କେହିଯେପରି ବଞ୍ଚିତ ନହୁଅନ୍ତି ଏହା ସମସ୍ତ ଛାତ୍ରଛାତ୍ରୀଙ୍କ ର ମୌଳିକ ଅଧିକାର। ତାଙ୍କ ଅଧିକାର କିପରି ଅକ୍ଷ୍ୟୁର୍ଣ୍ଣ ରହିବ ସେଥିପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରି ଡ୍ରପଆଉଟ ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟରେ ଭବାନୀପାଟଣା ସହରଷ୍ଠିତ ମଝିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ “ଆସ ସ୍କୁଲ ଯିବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭବାନୀପାଟଣା ବ୍ଲକ ଶିକ୍ଷ୍ୟାଧିକାରୀ ଶ୍ରୀଯୁକ୍ତ ଅଚାରୀ ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ, ଅବିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଦଶ୍ୟ, ସାଦଶ୍ୟା ମାନଙ୍କ ଉଦେଶ୍ୟରେ ଉଦବୋଧନ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଏ ବି ଇ ଓ ଶ୍ରୀଯୁକ୍ତ ହୃଷିକେଶ ନାଏକ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ୟଶ ବଖାଣି ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବାସହ ଡ୍ରପ ଆଉଟ ପିଲାମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟରେ ନାମଲେଖିବା ପାଇଁ ପ୍ରବର୍ତ୍ତାଇଥିଲେ। ପରେ ପରେ ସ୍ଥାନୀୟ କଉଁସିଲର ପ୍ରମିତ ସିଂ ଏବଂ ଏ ବି ଇ ଓ ଶ୍ରୀଯୁକ୍ତ ଜୟସେନ ମାଝି ଙ୍କ ତତ୍ୱାବଧାନରେ ଜନ ସଚେତନତା ଉଦ୍ୟେଶରେ ଏକ ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଟା ଶିକ୍ଷୟତ୍ରୀ ସୌଦାମିନୀ ମିଶ୍ର ଯୋଗଦେଇ ୩ଜଣ ଡ୍ରପ ଆଉଟ ଛାତ୍ର ମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଏହି ପଦ ଯାତ୍ରାରେ ଶିକ୍ଷୟତ୍ରୀ ସମିତା ପଟ୍ଟନାୟକ, ପ୍ରମିଳା ଦାସ, ସବିତା ଦାସ,ସୁବାସିନୀ ଦାସ, ରାଜେଶ୍ୱରୀ ରଥ, ସୁଭସ୍ମିତା ମହାପାତ୍ର ଏବଂ ସୌଦାମିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।



