
ତୃତୀୟ ଖରସ୍ରୋତା ପୁସ୍ତକ ମେଳା ଉପଲକ୍ଷେ ଆଜି ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅବିଭକ୍ତ ଫତେପୁର ଗ୍ରାମ ପଞ୍ଚାୟତର ” ବରୁଣେଇ ସରକାରୀ ଉଚ୍ଚ ବିଦ୍ୟାଳୟ” ପରିସରରେ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ଏଗାର ଘଟିକା ରେ ଅନୁଷ୍ଠିତ ହୋଇଯାଇଛି. ତୃତୀୟ ପ୍ରସ୍ତୁତି ବୈଠକ ଆଳି ବ୍ଲକ୍ ଅନ୍ତର୍ଗତ ଦେସାହି ଗ୍ରାମ ପଞ୍ଚାୟତର ” ଦଧିବାମନ ଉଚ୍ଚ ବିଦ୍ୟାପୀଠ ” ପରିସରରେ ଆସନ୍ତା ସେପ୍ଟେମ୍ବର୍ ଚଉଦ ତାରିଖ ରବିବାର ପୂର୍ବାହ୍ନ ଦଶ ଘଟିକାରେ ଅନୁଷ୍ଠିତ କରିବାକୁ ଉପଦେଷ୍ଠା ସନ୍ତୋଷ କୁମାର ବେଉରିଆ ଙ୍କୁ ଅନୁରୋଧ କରାଗଲା. ଏହି ବୈଠକରେ ପୁସ୍ତକ ମେଳା କମିଟିର ସମ୍ମାନନୀୟ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଧ୍ୟାପକ ଶ୍ରୀଯୁକ୍ତ ଅଜୟ କୁମାର ଓଝା, କମିଟିର କର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ରାଜ୍ୟପାଲ ପୁରଷ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ରତ୍ନାକର ସାହୁ, ସମେତ ଉପଦେଷ୍ଠା ଗଣ ସର୍ବଶ୍ରୀ ଶିକ୍ଷାବିତ୍ ରବି ନାରାୟଣ ସାମଲ, ରମାକାନ୍ତ ନାୟକ, ସୁଧୀର କୁମାର ଆଚାର୍ଯ୍ୟ, ଦେବେନ୍ଦ୍ର ସାମଲ, ଶିଶିର କୁମାର ଦାସ, ଭାରତ ଭୂଷଣ ମଲ୍ଲିକ, ସୁରେନ୍ଦ୍ର କୁମାର ପତି, କୃଷ୍ନଚନ୍ଦ୍ର ଥାଟୋଇ, ସୁମନ କୁମାର ସାହୁ, ମନୋଜ କୁମାର ପଣ୍ଡା, ମାଧବାନନ୍ଦ ଦାସ, ରମେଶ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି କୋର୍ କମିଟି ସଭ୍ୟ ଓ ସାଧାରଣ ରଶିଦ୍ ବହି ବଣ୍ଟନ୍ କରାଯାଇଥିଲା. ତୃତୀୟ ଖରସ୍ରୋତା ପୁସ୍ତକ ମେଳା ଆସନ୍ତା ଡିସେମ୍ବର୍ ମାସ ଷୋହଳ ତାରିଖରୁ ବାଇଶି ତାରିଖ ପର୍ଯ୍ୟନ୍ତ ଦିର୍ଘ ସାତ ଦିନ ଧରି ଅବିଭକ୍ତ ଫତେପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହେବ ବୋଲି ପୁସ୍ତକ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ଗୁରୁ ପ୍ରକାଶ କରିଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



