ବିଶ୍ବ ହିନ୍ଦୁ ପରିଷଦ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଭଟଲି :- ବିଶ୍ୱ ହିନ୍ଦୁ ପରିଷଦ (ପଶ୍ଚିମ )ର ସ୍ଥାପନା ଦିବସ ଭଟଲି ବ୍ଲକ ଅଧିନସ୍ଥ ସାରଧପାଲି ଗ୍ରାମରେ ପାଳିତ ହୋଇଯାଇଛି l ଏହି ପରିପେକ୍ଷୀ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା lଏହି ଶିବିର କୁ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l ମଧୁମେହ, ଫିଜିଓଥେରାପି, ଶିଶୁ ବିଭାଗ,ଅସ୍ଥି ବିଭାଗ ର ବିଭିନ୍ନ ପ୍ରସିଦ୍ଧ ବିଶେସଂଜ୍ଞ ଡାକ୍ତର ଉପସ୍ଥିତ ଥିଲେ l ବର୍ଷା ସତ୍ତ୍ବେ ମଧ୍ଯ ଆଖ ପାଖ ଅଞ୍ଚଳ ର ବହୁତ ଜନସାଧାରଣ ତଥା ରୋଗି ଉପସ୍ଥିତ ଥିଲେ ।ସର୍ବଶେଷରେ ବିଶ୍ୱ ହିନ୍ଦୁ ପରିଷଦ, ଭଟଲି ର ସଭାପତି ଶ୍ରୀ ବିଜୟ ମେହେର, ସମ୍ପାଦକ ଶ୍ରୀ ସରୋଜ ବେହେରା ର, ସତସଙ୍ଗ ପ୍ରମୁଖ ଶ୍ରୀ ସଂଜୀବ ଗୁରୁ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳର କାର୍ଯ୍ୟକର୍ତା ପରିଚାଳନା ରେ ସହଯୋଗ କରିଥିଲେ l



