ସି ଏମ୍ କିଷାନ ସହାୟତା ରାଶି ପ୍ରଦାନ
ଅନୁଗୋଳ,ତା.୨୭.୦୮:- କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ ରବି ୨୦୨୫-୨୬ର ସି ଏମ୍ କିଷାନ ସହାୟତା ରାଶି କୃଷି ଶିକ୍ଷା ସଦନ, ଓ ୟୁ ଟି ଠାରେ ଆୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଗୋଳ ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଶେଷଦେବ ସାହୁ, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧୁକାରୀ ଡ.ନିରୋଦ ଦାସ, ଉପ- ନିର୍ଦ୍ଦେଶକ ଉଦ୍ୟାନ ଶରତ ଚନ୍ଦ୍ର ଶ୍ରୀ ଅମ୍ବର ଲୁଗୁନ୍ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା ଶ୍ରୀ ଜୟ ଶଙ୍କର ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ.ଧରିତ୍ରୀ ପାତ୍ର, ଅନୁଗୋଳ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଶରତ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର ଏହି ଯୋଜନା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଆସିଥିବା ବିଭାଗୀୟ ଅଧିକାରୀମାନେ ନିଜର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଗୋଳ ଜିଲ୍ଲାର ମୋଟ ୧ ଲକ୍ଷ ୭୯ ହଜାର ୬୯୫ ଜଣ ଚାଷୀ ୩୫ କୋଟି ୯୩ ଲକ୍ଷ ୯୦ ହଜାର ଟଙ୍କା ସହାୟତା ରାଶି ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ପ୍ରାୟ ୧୫୦ ଜଣ ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ ।



