ଆର୍ସେଲର ମିତ୍ତଲକମ୍ପାନୀ ଖଣି ଗ୍ରେଡ୍ ହେରଫେର କରି କରୁଛି ଟିକସଚୋରୀ ଗାଡ଼ି ମାଲିକ ହନ୍ତସନ୍ତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଠାରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀ ବିରୋଧରେ ସ୍ଥାନୀୟ ଗାଡି ମାଲିକଙ୍କ ସଙ୍ଗୀନ ଅଭିଯୋଗ କରିଛନ୍ତି। ଯାହାକି ସୂଚନା ରହିଛି ଏହି ଆର୍ସେଲର ମିତ୍ତଲ କମ୍ପାନୀ ଠାକୁରାଣୀ ପାହାଡ ର କିଛି ଅଂଶ ଲିଜ୍ ପାଇଥିବା ବେଳେ ଉକ୍ତ ଖଣିରୁ ଉତ୍ତୋଳନ ହେଉଥିବା ଖଣିଜ ପଦାର୍ଥର ଗ୍ରେଡ଼ ହେରଫେର କରି ଟିକସ ଚୋରୀ କରୁଥିବା ବେଳେ ଦୁର୍ଦ୍ଦଶା ଭୋଗ କରୁଛନ୍ତି ଗାଡ଼ି ମାଲିକ । ମାର୍ ମାର୍ ଭଣ୍ଡରିଆ କୁ ମାର୍ ନୀତିରେ ଉକ୍ତ ଆର୍ସେଲର ମିତ୍ତଲ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଗାଡ଼ି ମାଲିକଙ୍କ ଗାଡ଼ିକୁ ବଡ଼ବିଲ ଥାନା ରେ ଅଟକ ରଖିଥିବା ଅଭିଯୋଗ ହୁଏ। ଏନେଇ ଗାଡ଼ି ମାଲିକ ମାନେ ଘୋର ଆସୋନ୍ତସ ପ୍ରକାଶ କରିବା ସହ ବଡ଼ବିଲ ସିଭିଲ ସୋଷାଇଟୀ ସହ ଏକ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ଗାଡ଼ି ମାଲିକ ମାନେ । ଆସନ୍ତୁ ଶୁଣିବା କଣ ରହିଛି ଅଭିଯୋଗ ଏହି ଆର୍ସେଲର ମିତ୍ତଲ କମ୍ପାନୀ ବିରୋଧରେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




