ଢ଼େଙ୍କାନାଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ
ଆଜି ଢେ଼ଙ୍କାନାଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ । ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୌର ଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତକା ଉତ୍ତୋଳନ କରିଥିଲେ । ଏହି ଉତଳନ ସମୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଆଁର,ପୌର ନିର୍ବାହୀ ଅଧିକାରୀ ଅଶ୍ୱନି କୁମାର ଦାସ , ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର,ଓ ସମସ୍ତ କାଉନସିଲର , ପୌର କର୍ମଚାରୀ ସ୍ୱଚ୍ଛ ସାଥୀ ସୁପର ଭାଇଯର ଉପସ୍ଥିତ ଥିଲେ। ଏହି ଅବସରରେ ଢେ଼ଙ୍କାନାଳ ସହର ର ସମସ୍ତ ବର ପୁତ୍ରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସହରକୁ ସ୍ୱଚ୍ଛ ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବାରିବାକୁ ଜନସାଧାରଣ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି।



