ଇଦଘା ମହଲାର ଗସିଆ କମିଟି ପକ୍ଷରୁ ମହମ୍ମଦ ଜୟନ୍ତୀ
ପାଳନ

କଟକ ଇଦିଘା ମହଲାର ଗସିଆ କମିଟି ପକ୍ଷରୁ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି।ଇସଲାମ ଧର୍ମର ମହାପୁରୁଷ ମହମ୍ମଦ ଜୟନ୍ତୀ ଉପଲକ୍ଷେ କୋରାନ ପାଠ,ନାତ୍ ସରିଫ୍ ପାଠ କରାଯାଇଥିଲା। ଗତକାଲି କଟକ ସହରରେ ମହମ୍ମଦ ଶୋଭାଯାତ୍ରାରେ ଏହି କମିଟ ପକ୍ଷରୁ ଶୋଭାଯାତ୍ରା କଦମ ରସୁଲ ପର୍ଯ୍ୟନ୍ତ ପହଞ୍ଚି ଥିଲା। ଆଜି ଏହି ଉତ୍ସବରେ ବିଭିନ୍ନ ମସଜିଦ ର ଇମାମ, ବିଭିନ୍ନ ମୁସଲମାନ ସାହିର ସଭାପତି ଓ ସମ୍ପାଦକ ମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶରେ ଶାନ୍ତିର ବାର୍ତ୍ତା ଓ ଏକତା ବଜାଇ ରଖିବାକୁ ସମସ୍ତଙ୍କୁ ବାର୍ତ୍ତା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗସିଆ କମିଟିର ସମ୍ପାଦକ ହାବିଜ ମହମ୍ମଦ କଲ୍ଲିମ, ସଭାପତି ମହମ୍ମଦ ସୟିଦ,ମିର୍ ବାସା, ସେକ୍ସ୍ କୟୁମ,ସହ ସମ୍ପାଦକ ଅନ୍ୟ ମାନଙ୍କ ମଧ୍ୟରେ ଏମ ଡ଼ି କାସିମ,ଏମ ଡ଼ି ଆକବର,ଏମ ଡ଼ି ମୁନା ବକ୍ସ,ଏମ ଡ଼ି ଗୁଲଫାମ ବକ୍ସ,ସେକ୍ ଗୁଡୁ,ସେକ ସମିମି,ସେକ୍ ମୁଜାମିଲ୍ଲ ଖାଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ।



