
ଢ଼େଙ୍କାନାଳ : ପଦ୍ମ ବଜାର ଠାରେ ମହା ପ୍ରଭୁ ବିଘ୍ନ ବିନାଶ ଙ୍କ ୨୫ ତମ ରୋପ୍ୟ ଜୟନ୍ତୀ ଉପଲକ୍ଷେ ପଦ୍ମଶ୍ରୀ ଡ୍ରାମାଟିକ୍ କ୍ଲବ୍ ର ୧୨ ତମ ଅବଦାନ ର ଏ ବର୍ଷ ସୁପର ହିଟ୍ ନାଟକ ପରିବେଷଣ କରାଯାଇଥିଲା ପଦ୍ମ ହଜିଗଲା ପଦ୍ମ ବଜାର ରେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉଦ୍ଘାଟନ କରିଥିଲେ। ଶ୍ରୀମତୀ ପାତ୍ର କହିଥିଲେ ମୁଁ ଅପେରା ଦେଖିବା ପାଇଁ ବହୁତ ଭଲ ପାଏ। ଆଗକୁ ଉତରୋତର ଉନ୍ନତି କରୁ। ସମ୍ମାନିତ ଅତିଥି ଲକ୍ଷ୍ମୀଧର ଦଳେଇ, ଲକ୍ଷ୍ମୀଧର ସାହୁ, ତୈଳକ ବୈଶ ସମାଜ ର ସଭାପତି ବିଜୟ କୁମାର ସାହୁ, ପଦ୍ମ ବଜାର ଲକ୍ଷ୍ମୀ ପୂଜା କମିଟି ସଂପାଦକ ଅନିଲ ଦାସ, ସାରଦା ହୋତା, ସୁଶୀଲ ସାହୁ ,ସଂପାଦକ ବିକାଶ କୁମାର ସାହୁ, ପଦ୍ମ ଶ୍ରୀ ଡ୍ରାମାଟିକ କ୍ଲବ ର ସୁମନ୍ତ ସାହୁ ଓ ଦିଲ୍ଲୀପ ସାହୁ, ନାଟ୍ୟ ନିର୍ଦ୍ଦେଶ ନବ କିଶୋର ବେହେରା ଓ କର୍ମକର୍ତା ଙ୍କ ଉପସ୍ଥିତି ନାଟକ ପରିବେଷଣ କରାଯାଇଥିଲା।




