ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଦିନିକିଆ କେନ୍ଦୁଝର ଗସ୍ତ
କେନ୍ଦୁଝର: ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିନିକିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି । ସେ ଦିନ ୯ ଟା ସମୟରେ ଭୁବନେଶ୍ଵର ସ୍ଥିତ ବାସଭବନରୁ ବାହାରି ୧୨ ଟା ରେ ଘଟଗାଁ ପହଞ୍ଚି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାତାରିଣୀ ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ସାରି ମନ୍ଦିର ପରିଦର୍ଶନ କରି ୧୨.୩୦ ରେ ଘଟଗାଁ ପିଡବ୍ଲୁଡି ବଙ୍ଗଳା ରେ ବିଶ୍ରାମ କରିବା ପରେ ୨ ଟା ସମୟରେ ସେଠାରୁ ବାହାରି ସେଠାରୁ ୩.୩୦ ରେ ରାଇକଳା ସ୍ଥିତ କରଞ୍ଜିଆପଡା ରେ ପହଞ୍ଚି ସେଠାରେ ଅନୁଷ୍ଠିତ ମା ତାରିଣୀ କ୍ଳବ୍ ର ଫାଇନାଲ ଫୁଟବଲ ମ୍ୟାଚରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ କି ଉକ୍ତ ମା ତାରିଣୀ କ୍ଳବ୍ ବିଗତ ୧୯ ବର୍ଷ ଧରି ଜିଲ୍ଲାର କୋଣ ଅନୁକୋଣ ରେ ଥିବା ପ୍ରତିଭାଙ୍କୁ ସୁଯୋଗ ଦେବା ସହ ସେମାନଙ୍କୁ ପୁରସ୍କୃତ କରିଆସୁଛି। ସେଠାରୁ ବାହାରି ୫.୪୫ରୁ ୬.୧୫ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ସମୟ ବିତାଇବା ପରେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତିନ କରିଥିବା ନେଇ ସୂଚନା। ଏହି ଅବସରରେ ତାଙ୍କ ସହ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଙ୍କ ସହ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ଓ ଉପ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



