ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ଆଜି ଠାରୁ ଶାରଦୀୟ ନବ ରାତ୍ରି ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ ,ନୂତନ ବସ୍ତ୍ର , ବିଭିନ୍ନ ପ୍ରକାର ଫୁଲ,ଭୋଗ ଲାଗି ହୋଇଥିଲା। ଆଜି ନଵରାତ୍ରୀ ର ପ୍ରଥମ ଦିନ ରେ ମା କନକ ଦୁର୍ଗା ଙ୍କୁ ବାଲା ତ୍ରିପୂର ସୁନ୍ଦରୀ ବେଶ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଶୋଳଷ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି ଅର୍ଚ୍ଚନା କରାଯାଇଥିଲା। ସକାଳ ୯.୩୦ ରେ ପଣା ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ରାତ୍ର ରେ ବଡ଼ ସିଂହାର ଭୋଗ ପରେ ପହଡ଼ ପଡ଼ିବ । ନଅ ଦିନ ଧରି ଚାଲିବ ଏହି ପୂଜା।

July 26, 2026/
No Comments


