ମର୍କତ ନଗର ତାରିଣୀ ମନ୍ଦିର ପରିସରରେ ୨୭ତମ ଶାରଦୀୟ ଦୁର୍ଗା ପୂଜା ପାଳିତ
କଟକ : ସି ଡ଼ି ଏ ସେକ୍ଟର -୬ ତଥା ବ୍ଲକ -୧ ସ୍ଥିତ ମର୍କତ ନଗରରେ ମା ତାରିଣୀ ଉନ୍ନୟନ ପରିଷଦର ସଭାପତି ବିଭୂ ପ୍ରସାଦ ପୃଷ୍ଟିଙ୍କ ପୌରହିତ ରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ବରିଷ୍ଠ ସାମ୍ୱାଦିକ ଡ଼ଃ ସତ୍ୟ ରାୟ ଓ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ଓ ସ୍ତମ୍ଭକାର ଅରବିନ୍ଦ ରାଉତରାୟ ଯୋଗଦେଇ ଦୁର୍ଗାପୂଜା ବିଶେଷାଙ୍କ “ଯା ଦେବୀ ସର୍ଵଭୂତେଷୁ” ର ଶୁଭ ଉଦଘାଟନ କରିଛନ୍ତି | ପ୍ରାରମ୍ଭରେ ପୂଜକ ଶାରଦା ପ୍ରସାଦ ଦାଶ ମନ୍ତ୍ର ପାଠ କରିଥିଲେ | ଉପସଭାପତି ଗୋଲେଖ ବିହାରୀ ଜେନା ସ୍ୱାଗତ ଭାଷଣ ଓ ସମ୍ପାଦକ ଦେବାଶିଷ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ | ସହସମ୍ପାଦକ ଉଲ୍ଲାଷ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ଓ କୋଷାଧକ୍ଷ ଜ୍ୟୋତିରଞ୍ଜନ ସାହୁ ସଭା ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର କୁମାର ନାୟକ,ସୁନୀଲ ଶର୍ମା,ତପନ ବୋଷ,ସୁରେନ୍ଦ୍ର କୁମାର ସାହୁ,ସୁବ୍ରତ କୁମାର ଦାସ, ଯତୀନ୍ଦ୍ର କୁମାର ମହାନ୍ତି,ମାଧବ ଚନ୍ଦ୍ର ପାଲ,ବିଜୟ ପ୍ରଧାନ,ସ୍ନିଗ୍ଧା ସାହୁ, ଗଙ୍ଗାଧର ନାୟକ,ଚିତ୍ତରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ |ଶେଷରେ ୧୫୦୦ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା |



