ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜୁଜନତାଦଳ ବିଧାୟକପ୍ରାର୍ଥୀ,ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନକ୍ରମେ ହିନ୍ଦୋଳ ଉପଖଣ୍ଡ ସଦରମହକୁମା ସ୍ଥିତ ଜାତିରଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଜୁଜନତାଦଳ ପକ୍ଷରୁ ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ,ରାଜ୍ୟ ଯୁବବିଜେଡ଼ି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ,ହିନ୍ଦୋଳ ଏନଏସି ବିଜେଡ଼ି ଆବାହକ ତଥା ପୂର୍ବତନ କାଉନସିଲର, ଜିଲ୍ଲାସମ୍ପାଦକ ପ୍ରଦ୍ୟୁମ୍ନ ବେହେରା,ଜିଲ୍ଲାସମ୍ପାଦକ ପ୍ରଶାନ୍ତ ଦାସ, ପୂର୍ବତନ କାଉନସିଲର ରମେଶ ସାହୁ, ଯୁବନେତା ବିଜୟ ବେହେରା ପ୍ରମୁଖ ମାଲ୍ୟାର୍ପଣ କରିବାସହ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ପୂଜାର୍ଚନା କରିଥିଲେ ଏବଂ ଜନସମ୍ପର୍କ ଯାତ୍ରା ଶୁଭାରମ୍ଭ କରିଥିଲେ।




