ତାଳଚେରର ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ତାଳଚେର: ତାଳଚେରର ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। ସହରର ଅମଲାପଡ଼ା ସ୍ଥିତ ପାୟୋନିୟର୍ସ କ୍ଲବ୍ ପକ୍ଷରୁ ଡାକ୍ତରଖାନା ଛକ ସ୍ଥିତ ଗାନ୍ଧୀ ସତିସ୍ତମ୍ଭ ଠାରେ ଉପଖଣ୍ଡସ୍ତରୀୟ ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀଜୀଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଛି। କ୍ଲବ୍ର ଆବାହକ ସାମ୍ୱାଦିକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପୂର୍ବତନ ସାଂସଦ ମହେଶ ସାହୁ ଓ ରବିନାରାୟଣ ପାଣି, ପୂର୍ବତନ ନଗରପାଳ କେଶବ ଭୂତିଆ, ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ରୀତାରାଣୀ ଦାସ, ତାଳଚେର ଟ୍ରକ୍ ମାଲିକ ସଂଘର ସମ୍ପାଦକ ପ୍ରକାଶ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣୀତ ହେବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ସକାଳେ ପ୍ରଭାତଫେରୀ ଓ ରାମଧୁନ୍ ଗାନ କରାଯାଇଥିଲା। ତାଳଚେର ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପାୟୋନିୟର୍ସ କ୍ଲବ୍ର ରାଇମୋହନ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ଦୁଃଖବନ୍ଧୁ ସାହୁ ଙ୍କ ସମେତ ସମସ୍ତ ସଭ୍ୟମାନେ ଏହି ପବିତ୍ର ଜୟନ୍ତୀ ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିରଜା ଶଙ୍କର ମିଶ୍ର, ସାମ୍ୱାଦିକ ତପନ କୁମାର ମହାରଣା, ଭାଗିରଥୀ ମହାପାତ୍ର, ସିଟିଜେନ୍ ଫୋରମ୍ର ଆବାହକ ଜିତେନ୍ଦ୍ର ମହାପାତ୍ର, ସମାଜସେବୀ କ୍ଷୀରୋଦ ସାହୁଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ, କାଉନ୍ସିଲର, ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ବ୍ୟବସାୟୀ ତଥା ବିଭିନ୍ନ ଅନୁଷ୍ଠାନ, ସରକାରୀ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଉଭୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ପୂର୍ବତନ କାଉନ୍ସିଲର ବିଜେପି ନେତା ଜିତେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ତାଳଚେର ଫାଷ୍ଟଗେଟ୍ ସ୍ଥିତ ରାମଚନ୍ଦ୍ର ବଜାର ଛକ ନିକଟରେ ଥିବା ଗାନ୍ଧୀ ସତି ପରିଷଦ ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ ହୋଇଛି। ପୂର୍ବତନ ସାଂସଦ ମହେଶ ସାହୁ, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରକାଶ ମହାରଣା, କାଉନ୍ସିଲର ଯଶୋବନ୍ତ ମିଶ୍ର, ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୌଭାଗିନୀ ଦାସ, ସାମ୍ୱାଦିକ ତପନ କୁମାର ମହାରଣା, ରଣଜିତ ମହାପାତ୍ରଙ୍କ ସମେତ ବଜାର କମିଟି ସଦସ୍ୟ ଓ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।




