ଚେନ୍ନାଇ –
ମା ସଂହାର ମୂର୍ତ୍ତି ମହାବିଦ୍ୟl ମହାକାଳୀ lସେ ଦଶ ମହାବିଦ୍ୟl ଙ୍କ ମଧ୍ୟରୁ ଅନ୍ୟତମ l ଏହି ଧାତବ ମୂର୍ତ୍ତି ଟି ଚେନ୍ନାଇ ମ୍ୟୁଜିଅମ ରେ ସ୍ଥାନିତ l ଏହା ପ୍ରାୟ 1100 ବର୍ଷ ପୁରୁଣା, ଚୋଳ ରାଜତ୍ୱ ସମୟର lଦେବୀ ଦୁର୍ଗା ମହିଷାସୁର କୁ ବଧ କରି ସାରିବା ପରେ ଦେବତା ମାନଙ୍କ ଉପରେ କ୍ରୋଧିତ ହେଲେ, ଯେହେତୁ ସେମାନେ ଆଗପଛ ନ ବିଚାରି ଦୈତ୍ୟ ମାନଙ୍କୁ ବରଦାନ କରୁଛନ୍ତି l ସ୍ୱାମୀ ଶିଵ ଦ୍ୱାର ଦେଶରେ ଶୋଇ ପଡିଲେ l ଦେବୀ ମହାକାଳୀ ତାଙ୍କ ଛାତିରେ ପାଦ ଦେଇ ସେଇଠି ଅଟକି ଗଲେ l ଦେବଗଣ ମାଆ ଙ୍କର କ୍ରୋଧରୁ ରକ୍ଷା ପାଇଲେ lଏହି ବିରଳ ମୂର୍ତ୍ତି ରେ ମହାବିଦ୍ୟl ମହାକାଳୀ ଶଙ୍ଖ ଚକ୍ର ଖଣ୍ଡା ଖପର ଧନୁ ତୀର କୁନ୍ତ ଶୂଳ କଟାମୁଣ୍ଡ ରକ୍ତପାନ ପାତ୍ର ଢାଲ ଇତ୍ୟାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି l ଦେବୀ ମହାକାଳୀ ଦଶଭୁଜା, ମୁଣ୍ଡମାଳ ଧାରିଣୀ, କଟିରେ ମୁଣ୍ଡମାଳ ମେଖଳା ସନ୍ତାନ ବସ୍ଛଳା ଯାହାଙ୍କୁ ଦେଖି ଭକ୍ତ ଅଧୀର ବିଭୋର ହୋଇଥାଏ l
ଡାକେ ମା ଆମକୁ ରକ୍ଷାକର l
ଜୟ ମା ମହାବିଦ୍ୟl ମହାକାଳୀ l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l



