ଆଜି ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୯ ରହିଥିବା ଜଣାପଡିଛି । ଏଥିସହିତ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏପର୍ଯ୍ୟନ୍ତ କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।
ପାକିସ୍ତାନର ବେଲୁଚିସ୍ତାନର ଚାଗାଇ ଜିଲ୍ଲାର ଡାଲବନ୍ଦିନ ନିକଟରେ ଶନିବାର ଅର୍ଥାତ୍ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।



