*ଦାଦନ ଶ୍ରମିକ ସର୍ଦ୍ଧାର ଙ୍କ ଚାକିରୀ ପ୍ରଲୋଭନ ରେ ପଡି କପୁର୍ଚ୍ଚନ ଙ୍କ ମୃତ୍ୟୁ*
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା… କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ବିଜେପି ସରକାରଙ୍କ ବିକସିତ ଓ ଦାଦନ ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ କଳାହାଣ୍ଡି ଏକ ଅଧୁସୁଚିତ ଅନୁନ୍ନତ ପଛୁଆ ଭୋକର ଭୁଗଲ ଭାବରେ ପରିଚିତ। ଏହି ଜିଲ୍ଲା କୁ ସରକାର ପ୍ରାଧାନ୍ୟ ଦେବା ପରିବର୍ତ୍ତେ ଦୃତ ଗତିରେ ବଢ଼ି ଚାଲିଛି ଦାଦନ ଶ୍ରମିକ ମୃତ୍ୟୁ ହାର ବୃଦ୍ଧି ପାଇ ଆସୁଥିବା ବେଳେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି,ସୂଚନା କ୍ରମେ ଗଣ୍ଡାମେର ପଲସା ପଡ଼ା ଗ୍ରାମର ଗୋବର୍ଦ୍ଧନ ଟୋଲଟିଆ ଜଣେ ଦାଦନ ସର୍ଦ୍ଧାର ଭାବରେ ପରିଚିତ ଥିବା ବେଳେ ଅଞ୍ଚଳର ଅନେକ ଗରିବ ନିରୀହ ସରଳ ଶ୍ରମିକ ମାନଙ୍କୁ ବିଦେଶ ନେଇ ଦାଦନ ଭାବରେ ନିର୍ଯାତନା ଦେଇ ଫାଇଦା ଉଠାଉ ଥିବା ଏବଂ ଅନେକ ଶ୍ରମିକ ଙ୍କୁ ମୃତ୍ୟୁ ମୁଖରେ ଠେଲି ଦେଇ ଆଇନ ରୁ ଖସିଯାଇ ଚର୍ଚାରେ ଅଛି, କିଛି ଦିନ ମଧ୍ୟରେ ଗଣ୍ଡାମେର ଗ୍ରାମର କପୂର୍ଚନ ନାଏକ ନୂଆପଡା ରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଦାଦନ ଶ୍ରମିକ ଗୋବର୍ଦ୍ଧନ ଟୋଲଟିଆ କପୁର୍ଚ୍ଚନ ନାଏକ ଙ୍କୁ କମ୍ପାନୀ ରେ ଚାକିରି ଦେବା ପ୍ରଲୋଭନ ଦେଖାଇ ଏବଂ ମାସିକ ବେତନ ୨୫, ୦୦୦/( ପଚିଶ ହଜାର ) ଟଙ୍କା ମିଳିବ ବୋଲି ପ୍ରବଞ୍ଚନା କରି କପୁର୍ଚ୍ଚନ ନାଏକ ଙ୍କ ପରିବାର ଠାରୁ ଟ- ୧,୦୦୦୦୦ ( ଏକ ଲକ୍ଷ ) ଟଙ୍କା କମ୍ପାନୀ କୁ ଡୋନେସନ୍ ଦେଲେ ସ୍ଥାୟୀ ଚାକିରୀ ହେବ କହି ଟଙ୍କା ସମେତ କପୁର୍ଚ୍ଚନ ଙ୍କୁ ନେଇ ଉତ୍ତରା ଖଣ୍ଡର ଏକ କମ୍ପାନୀରେ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ,ଏବଂ ସେହି କମ୍ପାନୀ ମାଲିକ ଦିନକୁ ଥରେ ସନ୍ଧ୍ୟାରେ ଖାଇବାକୁ ଦିଆ ଯାଉ ଥିବା ସହ ଖାଦ୍ୟରେ ମେଡିସିନ ମିଶାଇ ଦିଆ ଯାଉ ଥିବାରୁ ଦିନକୁ ଦିନ କପୁର୍ଚ୍ଚନ ନାଏକ ଙ୍କ ଶରୀର ଅସୁସ୍ଥ ଥିବା ଖବର ପାଇ ଶ୍ରମିକ ସର୍ଦ୍ଧାର ଗୋବର୍ଦ୍ଧନ ଟୋଲଟିଆ ଙ୍କୁ କପୁର୍ଚ୍ଚନ ନାଏକ ଙ୍କୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରି ଥିଲେ,ହେଲେ ଗୋବର୍ଦ୍ଧନ ଟୋଲଟିଆ କପୁରଚନ ନାଏକ ଙ୍କୁ ଫେରାଇ ଆଣିବା ପରିବର୍ତ୍ତେ ଆହୁରି ଷାଠିଏ ହଜାର ଟଙ୍କା ଦେଲେ ଚାକିରୀ ରେ ନିଯୁକ୍ତି ହେବ ବୋଲି ବାଧ୍ୟ କରିଥିବାରୁ ପରିବାର ଲୋକେ ୫୭ ହଜାର ଟଙ୍କା ଗୋବର୍ଦ୍ଧନ ଟୋଲଟିଆ ଙ୍କୁ ଦିଆ ଯାଇଥିଲା, ଏହା ପରେ ଆହୁରି ୧୭ ହଜାର ଟଙ୍କା ଗୋବର୍ଦ୍ଧନ ଙ୍କୁ ଫୋନ ପେ ରେ ପଠାଇ ଥିଲେ ମଧ୍ୟ କପୁର୍ଚ୍ଚନ ନାଏକ ଗାଁ କୁ ଆସି ନ ପାରିବାରୁ ଗ୍ରାମବାସୀଙ୍କ ସହାୟତାରେ ଗୋବର୍ଦ୍ଧନ ଟୋଲଟିଆ ଙ୍କୁ ଚେତାବନୀ ଦେଇଥିଲେ,କିଛି ଦିନ ପରେ କପୁର୍ଚ୍ଚନ ନାଏକ ଙ୍କୁ ଅସୁସ୍ଥ ଅବସ୍ତାରେ ଆଣି ଧର୍ମଗଡ ରେ ଛାଡି ଦେଇଥିଲେ, ପରିବାର ଲୋକେ ଖବର ପାଇ ଗ୍ରାମର ନୈମିସ ନାଏକ ଓ ଅତୁଲ ନାଏକ କପୁର୍ଚ୍ଚନ ଙ୍କୁ ଗାଁକୁ ଆଣି ଥିଲେ, କପୁର୍ଚ୍ଚନ ନାଏକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଧର୍ମଗଡ ମେଡିକାଲ ପରେ ଭବାନୀ ପାଟଣା ଜିଲ୍ଲା ମେଡିକାଲରେ ଚିକିତ୍ସା କରି ଥିଲେ ମଧ୍ୟ କୌଣସି ପ୍ରକାର ସୁସ୍ଥ ନ ହେବାରୁ ଭୁବନେଶ୍ୱର ସୋମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ତାରେ କପୁର୍ଚ୍ଚନ ନାଏକ ଙ୍କ ମୃତ୍ୟୁ ଘଟିଥିଲା,ଏହି ଦୁଃଖଦ ଘଟଣା କୁ କେନ୍ଦ୍ର କରି ପରିବାର ପକ୍ଷରୁ ଏବଂ ଗ୍ରାମ ବାସୀ ଙ୍କ ସମେତ ଗଣ୍ଡାମେର ଗ୍ରାମ ପଞ୍ଚାୟତ ସରପଞ୍ଚ ହେମ ଲତା ନାଏକ ମର୍ମାହତ ହୋଇ ଗୋଲାମୁଣ୍ଡା ଥାନାରେ ଏକ ଲିଖିତ ଭାବେ ଏତଲା ଦେଇଛନ୍ତି, ଏହାର ଉଚିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ପରିବାରଙ୍କୁ ନ୍ୟାୟ ପାଇବା ପାଇବା ଗ୍ରାମ ବାସୀ ଗୋଲାମୁଣ୍ଡା ପୋଲିସ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି,ମୃତ ପରିବାର କୁ ଉଚିତ ନ୍ୟାୟ ନ ମିଳେ ତାହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେବୁ ବୋଲି ପରିବାର ଏବଂ ଗ୍ରାମର ରାଜାରାମ ନାଏକ, ହୃଷୀକେଶ ନାଏକ ଓ ସାବିତ୍ରୀ ନାଏକ ମିଳିତ ଭାବରେ ପ୍ରଶାସନ ଙ୍କୁ ଚେତାବନି ଦେଇଛନ୍ତି lକଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




