ଦିଭିନ୍ନ ସମସ୍ୟା ନେଇ ନାଲକୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ର ସଫେଇ କର୍ମଚାରୀଙ୍କ ଧାରଣା
ଅନୁଗୋଳ – ଅନୁଗୋଳ ଜିଲ୍ଲା ର ନାଲକୋନଗର ଠାରେ ରେ ଥିବା ଡିପିଏସ ସିନିୟର ସ୍କୁଲ ଏବଂ ଡିପିଏସ ଜୁନିୟର ସ୍କୁଲ ଭଳି ଦୁଇଟି ଯାକ ବିଦ୍ୟାଳୟ ରେ ସଫେଇ କାର୍ଯ୍ୟ ସମ୍ପୂର୍ଣ ବନ୍ଦକରି ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଦରମା, ସଫେଇ କରିବା ପାଇଁ ସାଧାରଣ ସୁରକ୍ଷା ସରଞ୍ଜାମ ଠିକ ସମୟ ରେ ମିଳୁନାହିଁ ଏବଂ ସଫେଇ କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟ ରେ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଠିକା ସଫେଇ କର୍ମଚାରୀ ମାନେ । ଏ ବିଷୟରେ ପୂର୍ବରୁ ଉଚ୍ଚ କତୃପକ୍ଷ ଙ୍କୁ ଅବଗତ କରାଇବା ସହ ଠିକାଦାର ଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନଥିଲେ । ତେବେ ସବୁଠାରୁ ନିରାଶ ହେବା ପରେ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି। ଉଭୟ ନାଲକୋ ପ୍ରଶାସନ ଓ ବିଦ୍ୟାଳୟ ର ଉଚ୍ଚ କତ୍ତୃପକ୍ଷଙ୍କ ମନମାନି ଓ ତୃଟି ପାଇଁ ବିଦ୍ୟାଳୟ ରେ ଆଜି ଏଭଳି ଏକ ସଂଗିନୀ ପରିସ୍ଥିତି ସୃଷ୍ଟି ହୋଇଛି। ଖୁବ୍ ଶିଘ୍ର ଏହାର ସମାଧାନ କରାନଗଲେ ଆଗକୁ ଏହା ଆନ୍ଦୋଳନ ର ରୂପ ନେବ ବୋଲି ସଫେଇ କର୍ମଚାରୀ ମାନେ ଗଣମାଧ୍ୟମ କୁ କହିଛନ୍ତି।



