ନୂଆଗଡ ହାଇସ୍କୁଲରେ ବିଶ୍ଵ ହାତଧୁଆ ଦିବସ ପାଳିତ
ଭଟଲି (ଅଭିମନ୍ୟୁ ପଧାନ) :-ଭଟଲି ବ୍ଳକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ, ନୂଆଗଡ ରେ ବିଶ୍ବ ହାତଧୂଆ ଦିବସ ପାଳିତ ହୋଇଥିଲା।ଶିକ୍ଷକ ଗଜାନନ ବେହେରାଙ୍କ ଅଧ୍ୟକ୍ଷତା ରେ ଓ ଆନନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଶ୍ବ ହାତଧୁଆ ଦିବସ ପାଳନ ର ପୃଷ୍ଠଭୂମି ଓ ଏ ଦିଗରେ ସଂକ୍ରମଣ ନିୟନ୍ତ୍ରଣ ର ଜନକ ଡ଼ା. ଇଗନାଜ୍ ଙ୍କ ଜୀବନୀ ତଥା ସ୍ବଚ୍ଛତା ଅବଲମ୍ବନ ଓ ସୁସ୍ଥ ଜୀବନ ଯାପନ ତାଙ୍କ ମାର୍ଗ ଦର୍ଶନ ଉପରେ ଆଲୋକପାତ କରିଥିଲେ। ବିଶ୍ଵ ହାତଧୁଆ ଦିବସର ପ୍ରସଙ୍ଗ ‘ ହାତ ଧୋଇବା ରେ ନାୟକ ହୁଅନ୍ତୁ ‘ ଉପରେ ହୋଇଥିବା ଆଲୋଚନା ଚକ୍ରରେ ଶିକ୍ଷକ ରାଜେଶ ପଟେଲ,ଆନନ୍ଦ ସାହୁ, ଶିକ୍ଷୟିତ୍ରୀ ସୁମିତ୍ରା ପଟେଲ,ଜୁଲି ସରାଫ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ନିୟମିତ ହାତ ଧୋଇବା ଓ ଏ ଦିଗର ଅନ୍ୟ ମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆଯୋଜନାରେ ପାଣ୍ଡବ ପ୍ରଧାନ, ଓକିଲ ଖମାରୀ ଓ ଅଶୋକ ସାହୁ ସହଯୋଗ କରିଥିଲେ।



