ଢେଙ୍କାନାଳ ରେ ମା ଗଜଲକ୍ଷ୍ମୀ ଙ୍କ ମିଳିତ ଭଷାଣୀ ଉତ୍ସବ ଉଦ୍ଘାଟିତ
ଢେଙ୍କାନାଳ ର ଗଣ ପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୬ ତାରିଖ ରୁ ଆରମ୍ଭ ହୋଇ ୧୪ ତାରିଖରେ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଛି । ଆଜି ୧୫ ଦିନ ତାରିଖରେ ମିଳିତ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶ୍ରୀ ଶ୍ରୀ ମଉଡ ମଣି ରାଜ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନା ବଜାର ଠାରେ ଉଦ୍ଘାଟନ କରଯାଇଛି । ଉଦ୍ଘାଟନ ସମୟରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ , ଉପଜିଲ୍ଲାପାଳ ବିଭୁଧ ଗଡନାୟକ,ଆରକ୍ଷ ଅଧିକ୍ଷକ ଅଭିନବ ଶଙ୍କର ,ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ସମାଜ ସେବୀ ରାମଚନ୍ଦ୍ର ପତ୍ର ମିଳିତ ବଜାର ପୂଜା କମିଟି ର ସଭାପତି ରୁଦ୍ରନାରାୟଣ ତ୍ରିପାଠୀ ଶ୍ରୀ ଶ୍ରୀ ମଉଡ ମଣି ରାଜ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନା ବଜାର ସଭାପତି ରବି ନାରାୟଣ ମହାନ୍ତି ସମ୍ପାଦକ ପୀତବାସ ସାହୁ ପୂଜା କମିଟି ର ସଦସ୍ୟ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ନଡିଆ ଭାଙ୍ଗି ଉଦ୍ଘାଟିତ ହୋଇଯାଇଛି। ମୀନା ବଜାର ଠାରୁ ମା ଙ୍କର ମୂର୍ମୟୀ ପ୍ରତିମା କୁ ନେଇ ଭଷାଣୀ ଉତ୍ସବ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପୂଜା ଶାନ୍ତି ଶୃଙ୍ଖଳା ରେ ଆରମ୍ଭ ହୋଇ ଶେଷ ହୋଇଥିବା ବେଳେ ଆଜି ଭଷାଣୀ ଉତ୍ସବ ଭଲରେ ହେବ ବୋଲି ସହର ବାସି ଆସା ରଖିଛନ୍ତି। ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ସହ ଭଷାଣୀ ଉତ୍ସବ ମଧ୍ୟ ନିଆରା । ସେଥିପାଇଁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଜମୁଛି। ବିଭିନ୍ନ ବାଦ୍ୟ ଯନ୍ତ୍ର ଓ ନଚାଗିତରେ ସହର ପ୍ରକମ୍ପିତ ଓ ଉତ୍ସଵ ମୁଖର ହୋଇଉଠିଛି।



