*ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ଭେଟିଲେ ସାଂସଦ,ବିଧାୟିକା
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଛନ୍ତି ସାଂସଦ ଓ ବିଧାୟିକା। ହିନ୍ଦୋଳ ଉପଖଣ୍ଡ ରଞ୍ଜlଗୋଳ ପଞ୍ଚାୟତ ବାଲୀମୀ ଗ୍ରାମ ର ନରୋତ୍ତମ ବେହେରା ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ପାଇ ଆଜି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ହିନ୍ଦୋଳ ବିଧାୟିକା ସୀମାରଣି ନାୟକ ମୃତ ବ୍ୟକ୍ତି ଙ୍କ ସ୍ତ୍ରୀ ଙ୍କୁ ଭେଟି ସମ ବେଦନା ଜଣାଇ ଅଛନ୍ତି l ତତ୍ ସହିତ ଘଟଣା ଦିନ ବିଭାଗ ତରଫରୁ ଯେଉଁ ସବୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା ସେଗୁଡିକ ଉପରେ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଅବସର ରେ ବାଲିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ୟl ସମ୍ପର୍କ ରେ ବୁଝିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ କିଛି ସମୟ ବିତାଇଥିଲେ l ବାଲିମି ଗ୍ରାମ ର ପରଲୋକଗତ ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଜେନାମଣି ଙ୍କ ପରିବାର ବର୍ଗଙ୍କୁ ଭେଟି ସମ ବେଦନା ଜଣାଇ ଥିଲେ l ଏହି ଅବସର ରେ ସାଂସଦ ଙ୍କ ପ୍ରତିନିଧି ବରିଷ୍ଠ ହିନ୍ଦୋଳ ବିଜେପି ନେତା ସୁଶାନ୍ତ କୁମାର ପତି, ରଞ୍ଜl ଗୋଳ ସରପଞ୍ଚ ରମେଶ ବିଶ୍ଵାଳ, କlରନ୍ଦl ସରପଞ୍ଚ ଦୁଷ୍ମନ୍ତ ନାଏକ,ବlବନ୍ଧ ବିଜେପି ମଣ୍ଡଳ ସଭାପତି ପ୍ରବୋଧ ପ୍ରଧାନ, ପl ରିକୁଳ ସଭାପତି ରବିନ ଗଡ଼ନାୟକ ,ପୂର୍ବତନ ମଣ୍ଡଳ ସଭାପତି ବାବନ୍ଧ ଅଶୋକ ରାଉତ ,ସାମ୍ବାଦିକ ପ୍ରଶାନ୍ତ କୁମାର ଜେନାମଣି,ମାନସ ମାଝୀଙ୍କ ସମେତ ହିନ୍ଦୋଳ ଓ ଓଡ଼ପଡ଼ା ବ୍ଲକ୍ ର ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

