ମେରା ଯୁବା ଭାରତ ଢେଙ୍କାନାଳ ତରଫରୁ ବ୍ଲକ୍ ଲେବୁଲ୍ ସ୍ପୋର୍ଟସ ମିଟ ପ୍ରୋଗ୍ରାମ କରାଯାଇଥିଲା।ଏଥିରେ ବ୍ୟାଡ ମିଟନ, ଫୁଟ୍ ବଲ, ଓ ହକି, ଖେଳ ହୋଇଥିଲା।ଏଥିରେ ଅତିଥି ସମାଜସେବୀ କୁଳମଣି ଦାଶ ଓ ଜ୍ୟୋତିର୍ମୟୀ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ।ଢେଙ୍କାନାଳ ସଦର ବ୍ଲକରେ ଏହା ଅନୁଷ୍ଠିତ ହୋଇଥିଲା।ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ ହୋଇଥିଲା। ମେରା ଯୁବା ଭାରତ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ଖେଳାଳି ମାନଙ୍କ ଉତ୍ସାହ ବଢ଼ାଇବା ସହିତ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରୁଛି।




