ଲୋଭି ଠାକୁରାଣୀ ଯାତ୍ରାପାଇଁ ପ୍ରସ୍ତୁତ ବୈଠକ
ବଅଁରପାଳ -ବଅଂରପାଳ ବ୍ଲକ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷତ୍ରୀ ଦେବୀ ମା ଲୋଭି ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ଥିତି ବୈଠକ ଗଡ଼ସନ୍ତ୍ରୀ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ l ଯାତ୍ରା ଟ୍ରଷ୍ଟ ସଭାପତି ସୁନୀଲ ମାଝୀ ଙ୍କ ସଭାପତିତ୍ୱରେ ହୋଇଛି l ବୈଠକରେ ଯାତ୍ରା ପାଇଁ ତୁଳସୀପାଳ ଠାରୁ ଗଡ଼ସନ୍ତ୍ରୀ ଯାତ୍ରା ପଡିଆ ପର୍ଯ୍ୟନ୍ତ ମା ସହିତ ପାଇକ ଖେଳ, ଲଉଡ଼ି ଖେଳ, ଘାଣ୍ଟୁଆଳ, ଛତି, ତରାଶ ନେଇ ଯାତ୍ରା ଆରମ୍ଭ କରାଯିବ l ଏ ବର୍ଷ ପାଞ୍ଚ ଦିନ ଯାତ୍ରା ନଭେମ୍ବର ପାଞ୍ଚ ଠାରୁ ନଅ ଦିନ ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତି ହୋଇଛି l ରାତ୍ରିରେ ସଂସ୍କୃତି କ କାର୍ଯକ୍ରମ ହେବାକୁ ସ୍ଥିର ହୋଇଛି l ଏଥିରେ ଦାଶରଥି ପାଇକ, ସରୋଜ ସାହୁ, ଭଜମନ ସାହୁ, ଅଜୟ ସାହୁ, ମୀରା ଗଡ଼ନାୟକ, ଗୋପୀନାଥ ମାଝୀ, ସରପଞ୍ଚ ଟଙ୍କଧର ବେହେରା ସମେତ ସମସ୍ତ ଟ୍ରଷ୍ଟ ମେମ୍ବର, ଓ ଦୁଇ ର ଗ୍ରାମବାସୀ ଉପସ୍ଥିତ ଥିଲେ l



