ଆଦିବାସୀ ଲୋକଙ୍କ ଜମିକୁ ଜୋରଜବରଦସ୍ତ ଦଖଲ କରିଛି ଜଗନ୍ନାଥ ଷ୍ଟିଲ କମ୍ପାନୀ

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି ଓ କିଛି ଖଣି କମ୍ପାନୀ ସ୍ଥାନୀୟ ଆଦିବାସୀ ଲୋକଙ୍କ ଜମିକୁ ଜୋରଜବରଦସ୍ତ ଦଖଲ କରିଥିବା ଅଭିଯୋଗ ହୁଏ। ସେହିଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି ଜଗନ୍ନାଥଷ୍ଟିଲ କମ୍ପାନୀ। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୁଦ୍ଧରେ ଅନେକ ସମୟରେ ଅନେକ ଅଭିଯୋଗ ହୁଏ। ଏହି ଜଗନ୍ନାଥଷ୍ଟିଲ କମ୍ପାନୀ କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ତଥା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ଉଲିବୁରୁ ଗ୍ରାମରେ ଗଢି ଉଠିଛି। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ କାରାକୋଲା ଗ୍ରାମରେ ଥିବା ଆଦିବାସୀଙ୍କ ଖାତା ନମ୍ବର୍ ୪୯, ପ୍ଲଟ ନମ୍ବର ୮୧,୮୨ ମୋଟ ଚାରି ଏକର ବାୟାନବେ ଡିସିମିଲ ଜମିକୁ ଜୋରଜବରଦସ୍ତ ଦଖଲ କରି କମ୍ପାନୀ ରୁ ନିର୍ଗତ ବର୍ଜ୍ୟବସ୍ତୁ କଳାଡଷ୍ଟ ପକାଇଥିବା ଅଭିଯୋଗ ହୁଏ। ଯାହାକୁ ନେଇ ଯୁନେଇ ମୁଣ୍ଡା ୨୦୨୩ ମସିହାରେ ଚମ୍ପୁଆ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣୀ କରି ବର୍ତ୍ତମାନ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା ମହୋଦୟ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିବାକୁ ବଡ଼ବିଲ ତହସିଲଦାର ଙ୍କୁ ପତ୍ର ସଂଖ୍ୟା ୬୦୯୧/ ୧୭/୧୦/୨୦୨୫ ବଳରେ ନିର୍ଦ୍ଦେଶ ଜାରି କରିଛନ୍ତି। ଆଜି ଉକ୍ତ ପତ୍ର କୁ ନେଇ ଅଭିଯୋଗ କାରୀ ବଡ଼ବିଲ ତହସିଲଦାର ଙ୍କୁ ଉକ୍ତ ପତ୍ର ପ୍ରଦାନ କରିଥିବା ବେଳେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା ମହୋଦୟ ସବିଶେଷ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଜଗନ୍ନାଥଷ୍ଟିଲ କମ୍ପାନୀ ଦ୍ବାରା ଜବରଦଖଲ ଜମିକୁ ଉଚ୍ଛେଦ କରାଯିବା ସହ ପଟ୍ଟାଦାର ଙ୍କୁ ଜମି ହସ୍ତାନ୍ତର କରିବାକୁ ଆଶ୍ଵାସନା ଦେଇଥିବା କହିଛନ୍ତି ପଟାଦାର ଙ୍କ ନିଯଲୋକ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-20-scaled.jpg)
