ବନ ବିଭାଗର ଅପାରଗତା, ବଳଦ ମୁହଁରେ ଫୁଟିଲା ବାଣ। ଅବାଧରେ ଚାଲିଛି ବନ୍ୟଜନ୍ତୁ ଙ୍କ ଶିକାର, ବନ ବିଭାଗର ଅପାରଗତା ଯୋଗୁ, ବଳଦ ମୁହଁରେ ଫୁଟିଲା ବାଣ
ବାରହା ଶିକାର କରିବାକୁ ବିଛାଯାଇଥିଲା ବାଣ l ବାଣଟି ବାରହା ବଦଳରେ ବଳଦ ଖାଇବାରୁ ବଳଦ ମୁହଁ ରେ ଫୁଟିଗଲା ବାଣ l ବଳଦଟି ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ କଙ୍କଡାଯେlଡି ଗାଁରେ ଘଟିଛି ଏହି ଘଟଣା l ଗ୍ରାମ ର ରାଜେଶ ମୁଣ୍ଡା ଆଜି ଜଙ୍ଗଲ ନିକଟରେ ବଳଦ ଚରାଉଥିବା ବେଳେ ଏଠାରେ ରାତିରେ ବାରହା ଶିକାର ପାଇଁ ବିଛା ଯାଇଥିଲା ବାଣ l ବଳଦ ଚରୁଥିବା ବେଳେ ବିଛା ଯାଇଥିବା ବାଣକୁ ଖାଇବା ବେଳେ ବାଣଫୁଟି ବଳଦ ଟି ଗୁରୁତର ଆହତ ହୋଇଛି l ବଳଦର ମୁହଁ ରେ ଗଭୀର କ୍ଷତ ହେଇଥିବା ବେଳେ ବଳଦର ଅବସ୍ଥା ଗୁରୁତର ହୋଇଛି l ଏହି ଅଞ୍ଚଳ ରେ ବାରହା ଶିକାର ହେଉଥିବା ଅଭିଯୋଗ ହୁଏ। ତେବେ ବନ ବିଭାଗ ଏହା ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ଫଳରେ ଏପରି ଘଟଣା ଦେଖିବାକୁ ମିଳୁଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



