ତପି ମିଶ୍ରଙ୍କ ବିରୋଧରେ ଢେଙ୍କାନାଳବାସୀଙ୍କ ବିକ୍ଷୋଭ
ଢେଙ୍କାନାଳ, ୨୯/୧୦: ଆଜି ସମସ୍ତ ଢେଙ୍କାନାଳବାସୀ ଏକତ୍ର ହେଇ ମୁଖ୍ୟ ଷ୍ଟାଡିୟମ୍ ନିକଟରେ ଥିବା ‘ଆଇ ଲଭ୍ ୟୁ ଢେଙ୍କାନାଳ ସମ୍ମୁଖରେ ତପି ମିଶ୍ର ଙ୍କ ବିରୋଧରେ ଭିକ୍ଷୋଭ କରି ବିଭିନ୍ନ ନାରାବାଜି ଦେବା ସହ ଫଟୋଚିତ୍ରକୁ ପୋଡିଥିଲେ । ଶ୍ରୀ ମିଶ୍ର ଏପର୍ଯ୍ୟନ୍ତ ଭୁଲ ମାଗି ନଥୁବା କାରଣରୁ ଢେଙ୍କାନାଳବାସୀ ଏହି ଭିକ୍ଷୋଭ କରିଥିଲେ । ଢେଙ୍କାନାଳବାସୀଙ୍କ ଦାବୀ ଶ୍ରୀ ମିଶ୍ର ଢେଙ୍କାନାଳ ଆସି ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଙ୍କୁ ଭୁଲ୍ ମାଗିବା ସହ ଢେଙ୍କାନାଳବାସୀଙ୍କୁ ଭୁଲ୍ ମାଗିବାକୁ ଦାବୀ କରିଛନ୍ତି । ଯଦି ଏପରି ନ ହୁଏ ଆଗାମୀ ଦିନରେ ଢେଙ୍କାନାଳବାସୀ ରାଜରାସ୍ତାକୁ ଓହ୍ଲାଇ ବନ୍ଦ ଡାକରା ଦେବା ସହିତ ଗାଡି ମଟରକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

