ନାଲକୋ ଆଦର୍ଶ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ଅନୁଗୋଳ:
ଭାରତର ଲୌହ ପୁରୁଷ ସର୍ଦ୍ଦାର ବଳ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀକୁ ରାଷ୍ଟ୍ରୀୟ ଏକତା ଦିବସ ନାଲକୋ ପୋଲିସ ବାହିନୀ ପକ୍ଷରୁ ପାଳନ କରାଯାଇଛି । ରାଷ୍ଟ୍ରୀୟ ଏକତା ଦିବସ ହେଉଛି ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ଏହି ଉପଲକ୍ଷେ ସମସ୍ତ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଏହି ଅବସରରେ “ଏକତା ପାଇଁ ଗଣଦୌଡ଼ (Run for Unity)” ଶୀର୍ଷକରେ ଏକ ବିଶାଳ କାର୍ଯ୍ୟକ୍ରମ ନାଲକୋ ଥାନା ନିରୀକ୍ଷକ ସାମୁଲାଲ ଓରାମ ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା । ଏଥିରେ ନାଲକୋ ପୋଲିସ ବାହିନୀର ସୁବ୍ରତ କୁମାର ପାଢୀ, ଦୀପକ ସିଂ, ଗଙ୍ଗାଧର ବେହେରା, ପବିତ୍ର କୁମାର ନାଗଙ୍କ ସହ ସ୍ଵେଛାସେବୀ ଅନୁଷ୍ଠାନ ଏବଂ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ । ଏହା ନାଲକୋ ଥାନା ଛକଠାରୁ ଆରମ୍ଭ ହୋଇ ଏଫ.ସି.ଆଇ ଛକ, ସେଣ୍ଟ୍ରାଲ ମାର୍କେଟ, ନାଲକୋ କଲୋନୀ,ଟାଉନ୍ ସିପ ଛକ ଦେଇ ଥାନା ପର୍ଯ୍ୟନ୍ତ ଏହି ଗଣଦୌଡ ହୋଇଥିଲା ।ପରେ ପରେ ନାଲକୋ ଥାନା ପକ୍ଷରୁ ଥାନା ନିରୀକ୍ଷକ ସାମୁଲାଲ ଓରାମ ଙ୍କ ନେତୃତ୍ୱରେ ନାଲକୋ ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଯାଇଥିଲା । ଗତକାଲି ନାଲକୋ ଥାନା ପକ୍ଷରୁ ବିଭିନ୍ନ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହିପରି ପ୍ରତ୍ୟେକ ଥାନା ଏରିଆରେ ଥିବା ସ୍ଥାନୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ତର୍କ, ପ୍ରବନ୍ଧ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ପ୍ରତ୍ୟେକ ଥାନାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ କରାଯାଉଛି ବୋଲି ନାଲକୋ ଥାନା ନିରୀକ୍ଷକ ସାମୁଲାଲ ଓରାମ କହିଛନ୍ତି ।



