୨୧ ବର୍ଷ ବୟସ ହୋଇଥିଲେ ସୁଭଦ୍ରା ଆବେଦନ କରିପାରିବେ
ଭୁବନେଶ୍ବର: ୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ। ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ। ଯେଉଁଠି ଆଚରଣ ବିଧି ଲାଗିଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ପୋର୍ଟାଲ ବ୍ୟବହାର କରିପାରିବେ।



