
ଅନ୍ତର୍ଜାତୀୟ ସମବାୟ ବର୍ଷ -୨୦୨୫ ଆନୁକୁଲ୍ୟ ରେ ଅକ୍ଟୋବର ମାସ ନିମନ୍ତେ ହେବାକୁ ଥିବା କର୍ମଶାଳା ଉପ ନିବନ୍ଧକ ସମବାୟ ସମିତି ସମୂହ, ଅନୁଗୋଳ ପ୍ରଭାଗ, ଶ୍ରୀ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ର ସଭାପତିତ୍ବ ରେ ତା -୩୧.୧୦.୨୦୨୫ ରିଖ ଦିବା ୧୦ ଘଟିକା ସମୟରେ ଅନୁଗୋଳ ପୌରପାଳିକାର ଥିବା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ର କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,ଅନୁଗୋଳ ଶ୍ରୀ ଉଦୟ କୁମାର ମହାପାତ୍ର( ରାଜସ୍ବ) ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫଟୋରେ ମାଲ୍ୟାର୍ପଣ କରିବା ସହିତପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ସମାଜରେ ତ୍ରୁଣମୂଳ ସ୍ତରରେ କିପରି ସମବାୟ ମାଧ୍ୟମରେ ସାଧାରଣ ଲୋକ ମାନଙ୍କର ବିକାଶ ହୋଇପାରିବ ସେ ସମ୍ବନ୍ଧରେ ବ୍ୟକ୍ତବ ରଖିବା ସହିତ ସମବାୟ ସଂସ୍ଥା ଦ୍ୱାରା ପରିଚାଳିତ ସମସ୍ତ ପ୍ରକଳ୍ପରେ ସ୍ଵଚ୍ଛତା ଅବଲମ୍ବନ ପାଇଁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ସେ ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। କର୍ମଶାଳା ପ୍ରାରମ୍ଭରେ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା ଏବଂ ତତ୍ ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ଏକତା ଦିବସ ନିମନ୍ତେ ଶପଥ ପାଠ କରାଯାଇଥିଲା ।

ଉକ୍ତ କର୍ମଶାଳାରେ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ସଭାପତି, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।ରିଖିଆ ମଜୁମଦାର, ସଂଯୋଜକ NCDC, ଭୁବନେଶ୍ବର ଜୋନ, ପ୍ରସଂଜିତ୍ ଶାହା, State co-ordinator, e- NAM, କେଦାର ନାଥ ସ୍ୱାଇଁ, Research Assistant, OSAM Board, ମାନସ ରଞ୍ଜନ ସିଠ, Dist Co-ordinator, CSC, ପ୍ରିୟବ୍ରତ ତରାଇ, GM, Milk Union , Angul ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଉକ୍ତ କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ସମବାୟ ସମିତି ର ସଭାପତି ଓ ସମ୍ପାଦକ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ରୁ ଆସିଥିବା ମା ଭଉଣୀ ମାନଙ୍କୁ ସମବାୟ ଆନ୍ଦୋଳନରେ ଜଡିତ ରହିବା ସହିତ ନିଜ ନିଜ ସଂଗଠନ ଦ୍ଵାରା ସମବାୟ ର ଉନ୍ନତି ନିମନ୍ତେ ନିଆଯାଇଥିବା ଯୋଜନା ଗୁଡିକ ସମ୍ବନ୍ଧରେ ଆଲୋଚନା କରା ଯାଇଥିଲା। ଏହି କର୍ମଶାଳା ରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ଅନୁଗୋଳ ମଣ୍ଡଳ , ଶ୍ରୀ ନିରଞ୍ଜନ ସେଠ ମଞ୍ଚ ପରିଚାଳନା କରିଥିଲେ। ଏଥି ସହିତ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ , ଆଠମଲ୍ଲିକ ମଣ୍ଡଳ ଶ୍ରୀ ସାରଦା ପ୍ରସାଦ ମିଶ୍ର ଏବଂ ଭାରପ୍ରାପ୍ତ ସହକାରୀ ନିବନ୍ଧକ , ସମବାୟ ସମିତି ସମୂହ, ପାଲହରା ମଣ୍ଡଳ, ଶ୍ରୀ ଭୀମ ଚରଣ ବାସ୍କେ ଙ୍କ ସହିତ ଜିଲ୍ଲାର ସମବାୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କର୍ମଶାଳାକୁ ଗୌରବ ମଣ୍ଡିତ କରିଥିଲେ ।




