ସଡକ ଦୃଘଟଣା ରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ
ଭବାନୀପାଟଣା, ତା ୦୬। ୧୧। ୨୫, ଆଧାର ମିଡ଼ିଆ।ଆଉ ନାହାନ୍ତି ଯୁବ ସାମ୍ବାଦିକ ସତ୍ୟା ନାରାୟଣ ଦାସ,ଏକ ଷଡ଼କ ଦୃଘଟଣା ରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତ କାଲି କୌଣସି ଏକ ଜରୁରୀ କାମରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ୱର ରୁ ବାହାରି ଭଦ୍ରକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଯାଜପୁର ଜିଲ୍ଲା ବଇରୀ ଥାନା ନିକଟ ରାସ୍ତା କଡରେ ନିଜର ଏକ ବାଇଗଣୀ ରଙ୍ଗର ସ୍କୁଟି ରଖି ଛିଡା ହୋଇଥିବା ସମୟରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନ ନମ୍ବର OD02BT8873 ତାଙ୍କୁ ପଛ ପଟରୁ ଧକା ଦେବା ଫଳରେ ସେ ୧୦ ଫୁଟ ଦୁରକୁ ଛିଟିକି ପଡି ଆଚେତ ହୋଇ ପଡ଼ିଥିଲେ ଏବଂ ତତ କ୍ଷଣାତ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଥିଲା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେଠିକାର ସ୍ଥାନୀୟ ବାସିନ୍ଦା ଙ୍କ ସହାୟତାରେ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇବା ପାଇଁ ଚେଷ୍ଟା କରୁଥିବା ପିକଅପ ଭ୍ୟାନ କୁ ଲୋକେ ପିଛା କରି ଗାଡିକୁ ଅଟକାଇବା ସହ ଡ୍ରାଇଭର କୁ କାବୁ କରି ପୋଲିସ ର ଜିମା ଦେଇଥିଲେ। ଆଜି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବକୁ ପଞ୍ଚନାମା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ,ବଇରୀ ଥାନା କେସ ନମ୍ବର ୨୬୯/୨୫, ରେ ଏକ ଦୃଘଟଣା ଜନିତ ମୃତ୍ୟୁ ମାମଲା ୠଜୁ କରି ଦୃଘଟଣା ଘଟଇଥିବା ଡ୍ରାଇଭର କୁ କୋଟ ଫରୱାଡ କରିଛି।କିଏ ଜାଣିଥିଲା କାଲି ର ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରାବୋଲି,ସତେ ଯେପରି ଅଧା ବାଟରେ ଯମ ଜଗିବସିଥିଲାତାଙ୍କୁ ନେବା ପାଇଁ, ମୃତ୍ୟୁ ପୁଣି ଏପରି ଆସେ, ତାଙ୍କ ଅକାଳ ବିୟୋଗ ଖବର ଚାରିଆଡେ ପ୍ରଚାରିତ ହେବା କ୍ଷଣୀ ସମଗ୍ର କଳାହାଣ୍ଡିରେ ଶୋକର ଛାୟା ଖେଳି ଯାଇଛି।



