କେଲିଆ ଗ୍ରାମରେ ମା ପରଦେସେନ ବାବୁରାଏ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

କେଲିଆ ତାରିଖ – ୦୭/୧୧/୨୦୨୫ରିପୋର୍ଟର – କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଳିଆକୁଣ୍ଡଳ ଗ୍ରାମପଞ୍ଚାୟତ ଅଧୀନସ୍ଥ କେଲିଆ ଗ୍ରାମ ଠାରେ ମହାଆଡମ୍ବର ସହ ମା ପରଦେସେନ ଓ ବାବୁରାଏ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lସକାଳ ୮ ଘଣ୍ଟା ସମୟରେ ଇନ୍ଦ୍ର ଏବଂ ଇନ୍ଦ୍ରାଣୀ ଓ ମାଟି ପୂଜା ଏବଂ ଗ୍ରାମର ସମସ୍ତ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରି ଗ୍ରାମ ପରିକ୍ରମା କରିଥିଲେ l ଗ୍ରାମର ସମସ୍ତ ଲୋକେ ବନ୍ଦାପଣା କରି ସମସ୍ତଙ୍କୁ ସ୍ଵାଗତମ୍ କରିଥିଲେ l ୨୦୨୪ ମସିହାରେ ଏହି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ଦିନ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ୨ ଘଣ୍ଟା ସମୟରେ ଗାଁ ର ମହିଳା ଓ ପୁରୁଷ ସମେତ ଆଖପାଖ ଗାଁ ର ଭକ୍ତ ମାନଙ୍କ ସହ ଧାନ, ପଇସା, ସୁନା, ରୁପା, ପିତଳ, , ଦେଇ ରତ୍ନମୁଦ କାର୍ଯ୍ୟକ୍ରମ ସନ୍ଧ୍ୟା ୫ ଟା ରେ ସମାପନ କରିଛନ୍ତି l ମା ପରଦେସେନ ଓ ବାବୁରାଏ ମନ୍ଦିର ନିର୍ମାଣ ରେ ମୁଖ୍ୟ ମହାରଣା ଭାବରେ ଜଗନ୍ନାଥ ମହାରଣା ଏବଂ ତାଙ୍କ ପିତା ନିରାକାର ମହାରଣା ଓ ତାଙ୍କ ସହଯୋଗୀ ମାନେ କାର୍ଯ୍ୟ କରିଛନ୍ତି l ଗ୍ରାମର ଝାଙ୍କର ଶ୍ରୀଯୁକ୍ତ ବିର ମାଝୀ ଓ ଗୋନ୍ତିଆ ଶ୍ରୀଯୁକ୍ତ ରାମକୃଷ୍ଣ ନାଏକ ଏବଂ ଦିଆରି ରବି ସୁନାନି ଗ୍ରାମ ର ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ କମିଟିର ଶ୍ରୀଯୁକ୍ତ ଦେବରାଜ ସୁନାମି, ବସନ୍ତ କୁମାର ନାଏକ, ଶଲ୍ୟ କୁମାର ନାଏକ, ହିମାଂଶୁ ରଣ, ସୁଶାନ୍ତ ମଶ୍ରl, ଜତିରାମ ନାଏକ, ରୋହିତ ନାଏକ ଏବଂ ଗ୍ରାମର ସମସ୍ତ ସଦସ୍ୟ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ l





