ଜାତୀୟ ରାଜପଥ ୫୨୦ରେ ଦୁର୍ଘଟଣା ଥମିବାର ନାଁ ଧରୁନି

କେନ୍ଦୁଝର ଜିଲ୍ଲା ଯେlଡାଥାନା ଅନ୍ତର୍ଗତରେ ଦୁଇ ଭାରିଯାନ ମଧ୍ୟରେ ମୁହାମୁହିଁ ଧକ୍କା ଚାଳକ ଗୁରୁତର। ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତ୍ରୀ ରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ କଳାପାହାଡ ନିକଟରେ ୫୨୦ ନମ୍ୱର ଜାତୀୟ ରାଜପଥ ଉପରେ ଟ୍ରଲର ହାଇଓ୍ବା ମଧ୍ୟରେ ମୁହଁlମୁହିଁ ଧକ୍କା ଜଣେ ଗୁରୁତର l ଗତ ରାତି ପ୍ରାୟ ୧୨ ଟା ସମୟ ପାଖାପାଖି କଳାପାହାଡ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା।ଦୁଇଟିଯାକ ଗାଡି ମୁହଁlମୁହିଁ ଧକା ହେବାରୁ ହାଇଓ୍ବା ଡ୍ରାଇଭର ଗାଡି ଭିତରେ ଚାପି ହେଇରହିଥିଲା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ଚାଳକକୁ ଉଦ୍ଧାର କରି ତାକୁ ଯେlଡା ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିବା ନେଇ ସୂଚନା ll

ଖବର ପାଇ ଘଟଣାସ୍ଥଳରେ ପେlଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି, ତେବେ ବେପରୁଆ ଢ଼ଙ୍ଗରେ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଥିବା ଅନୁମାନ କରାଯାଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





