
ପରିବାର ପୋଷଣ ପାଇଁ ଦାଦନଗଲା ଶବହୋଇ ଫେରିଲା….।
କଳାହାଣ୍ଡି ଜିଲ୍ଲା ଜୁନାଗଡ ତା୧୧/୧୧/୨୦୨୫… .କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ବିଜେପି ସରକାରଙ୍କ ବିକଶିତ ଓଦାଦନ ମୁକ୍ତ ଓଡ଼ିଶା ଗଠନ କରିବା ପାଣିର ଗାର ପାଲଟିଜାଇଛି।ଦାଦନ କବଳରେ କଳାହାଣ୍ଡି ର ଜୁନାଗଡ ଥାନା ଅନ୍ତର୍ଗତ କେନ୍ଦୁପାଟି ପଞ୍ଚାୟତ ର ଅମାଠୋଲା ଗ୍ରାମରେ ଏକ ଜଣେ ଦାଦନ ଶ୍ରମିକ ଶ୍ରୀ ମିନକେତନ ଗୁରୁ (୪୫)ଶବ ହୋଇ ଘରକୁ ଫେରିଛି।ଗରିବ ହୋଇଥିବାରୁ ଝିଅବାହାଦେବାପାଇ ଅର୍ଥାଭାବ ହେତୁ ସେ ଦାଦନଜିବାକୁ ବାଧ୍ୟହୋଇ ମ୍ୱୁଆଇ ର ସାଲେପୁରକୁ ଜାଇଥିଲେ।ହେଲେ ଭାଗ୍ୟର ବିଡମ୍ବନା ତାଙ୍କଜିବନକୁ କଲାଛାଇ ମାଡିଆସିଲା।ଠିକାଦାରଙ୍କ ପାଖରେ କାମ କରିବା ସମୟରେଅଚେତହୋଇ ତଲେପଡିଜାଇଥିଲେ,ପରେ ଡାକ୍ତରଖାନା ନେଲାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାର ସୁଚନାମିଲିଥିଲା। ପରିବାର ଲୋକେଖବର ପାଇବାପରେ ଶବକୁ ଗାଁକୁଆଣିବାପାଇ ଅନୁରୋଧ କରିଥିଲେ।ତେଣୁ ଠିକାକର୍ମଚାରି ଶବକୁ ଆଜି ନିଜଜନ୍ନମାଟି ଅମାଠୋଲା କୁ ପହଞ୍ଚିବାପରେ ଗାଁ ରେଶୋକାକୁଲ ପରିବେଶ ଦେଖିବାକୁ ମିଳିଥିଲା।ଝିଅ ଅପେକ୍ଷା କରିଥିଲା ବାପା ଟଙ୍କା ରୋଜଗାର କରି ମୋ ପାଇଁ ସୁନାଗହଣା କିଣି ବାହାଦେବ,ବିଧବା ବୁଢ଼ିମା ଅନେଇ ବସିଥିଲା ମୋପୁଅ ଟଙ୍କାରୋଜଗାରକରି ଆଣିଲେ ମୋନାତୁଣିକୁ ସୁନ୍ଦର କରି ବାହାଦେ ବି ହେଲେ ସବୁ ପାଣିର ଗାର ପାଲଟିଗଲା।ସେହି ଗରିବପରିବାର ପାଇଁ ଦାୟିକିଏ, ସରକାର ନା ପ୍ରଶାସନ ହେଲେ ସରକାରଙ୍କର ନିଦ ଫିଟୁନି।ତେଣୁ ଜନମହଲରେ ସରକାରଙ୍କୁ ନିନ୍ଦା କରାଯାଇଛି,ପରିବାର ପ୍ରତି ସରକାର ଙ୍କୁଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି। ଏମିତି ପ୍ରତିଦିନ ଦାଦନ ଶ୍ରମିକ ନିର୍ଯାତନା ଓ ମୃତ୍ୟୁର ଶିକାର ହେଉଥିବା ଗଣମାଧ୍ୟମରେପ୍ରକାଶ ପାଇବାପରେ ମଧ୍ୟ ସରକାର ପ୍ରଶାସନ ଓଶ୍ରମବିଭାଗ ଚୁପ୍ ରହିଥିବା ଦେଖାଦେଇଛି….। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



