ନୁଆଦିଲ୍ଲୀ: ଇସଲାମାବାଦ ବିସ୍ଫୋରଣ ପରେ ଶ୍ରୀଲଙ୍କା କ୍ରିକେଟ ଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇସଲାମାବାଦ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଫଳସ୍ୱରୂପ, ଅନେକ ଶ୍ରୀଲଙ୍କା କ୍ରିକେଟ ଖେଳାଳି ସିରିଜର ବାକି ODI ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ। ଯଦିଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାର ଖେଳାଳିମାନଙ୍କୁ ସେମାନଙ୍କର ସୁରକ୍ଷାର ଆଶ୍ୱାସନା ଦେଇଥିଲା, କିନ୍ତୁ ସିରିଜ୍ ମଝିରେ ଛାଡିବା ପାଇଁ ଦଣ୍ଡବିଧାନର ଚେତାବନୀ ମଧ୍ୟ ଦେଇଥିଲା।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଶ୍ରୀଲଙ୍କା କ୍ରିକେଟରମାନେ ପାକିସ୍ତାନରେ ଭୟ ଅନୁଭବ କରିଛନ୍ତି। ପ୍ରାୟ ୧୬ ବର୍ଷ ପୂର୍ବେ ଏକ ଆତଙ୍କବାଦୀ ଆକ୍ରମଣ କ୍ରିକେଟ୍ ଜଗତକୁ ଥରାଇ ଦେଇଥିଲା।ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣଏହି ଘଟଣା ୨୦୦୯ ମସିହାରେ ଘଟିଥିଲା, ଯେତେବେଳେ ଶ୍ରୀଲଙ୍କା ଦଳ ତିନୋଟି ODI ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲା। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଲାହୋରରେ ଖେଳାଯାଉଥିଲା, ଯାହା ୧-5୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଏହି ସମୟରେ ମାର୍ଚ୍ଚ ୩ ତାରିଖ ସକାଳେ, ଶ୍ରୀଲଙ୍କା କ୍ରିକେଟ୍ ଦଳ ବସ୍ ଯୋଗେ ଗଦ୍ଦାଫି ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଥିଲା। ତଥାପି ଲିବର୍ଟି ସ୍କୋୟାର ନିକଟରେ ୧୨ ଜଣ ସଶସ୍ତ୍ର ଆତଙ୍କବାଦୀ ଦଳ ବସ୍ ପାଇଁ ଅପେକ୍ଷା କରିଥିଲେ।୭ ଜଣ ଶ୍ରୀଲଙ୍କା ଖେଳାଳି ଆହତଏହି ଆକ୍ରମଣରେ ତତ୍କାଳୀନ ଶ୍ରୀଲଙ୍କା ଅଧିନାୟକ ମହେଲା ଜୟବର୍ଦ୍ଧନେ ଏବଂ ଉପ-ଅଧିନାୟକ କୁମାର ସଙ୍ଗାକାରା ସମେତ ସାତ ଜଣ ଖେଳାଳି ଆହତ ହୋଇଥିଲେ। ଏହି ସାତ ଜଣ ଖେଳାଳି ହେଲେ ମହେଲା ଜୟବର୍ଦ୍ଧନେ, କୁମାର ସଙ୍ଗାକାରା, ଅଜନ୍ତା ମେଣ୍ଡିସ୍, ଥିଲନ୍ ସମରବୀରା, ଥରଙ୍ଗା ପାରାନାବିତାନା, ଚାମିଣ୍ଡା ଭାସ୍ ଏବଂ ସୁରଙ୍ଗା ଲକମଲ୍। ସମରବୀରା ଏବଂ ପାରାନାବିତାନା ଗୁରୁତର ଆହତ ହୋଇଥିଲେ ଏବଂ କିଛି ସମୟ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନ୍ୟ କ୍ରିକେଟରମାନେ ସାମାନ୍ୟ ଆହତ ହୋଇଥିଲେ।୬ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେଆତଙ୍କବାଦୀମାନେ ଶ୍ରୀଲଙ୍କା କ୍ରିକେଟ୍ ଦଳର ବସ୍ ଉପରେ ଅଚାନକ ଗୁଳି ଚଳାଇଥିଲେ। ପୋଲିସ ପାଲଟା ଗୁଳି ଚଳାଇ ଦଳର ସୁରକ୍ଷା ସୁନିଶ୍ଚିତ କରିଥିଲା। ତଥାପି, ଏହି ଅଭିଯାନରେ ଛଅ ଜଣ ପୋଲିସ କର୍ମଚାରୀ ଏବଂ ଦୁଇ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ୨୦ ମିନିଟ୍ ସଂଘର୍ଷ ପରେ, ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ, କିନ୍ତୁ ରକେଟ୍ ଲଞ୍ଚର୍ ଏବଂ ଗୁଳି ସେଠାରେ ଛାଡି ଦେଇଥିଲେ।



