14/11 ଢେଙ୍କାନାଳ, ଆଜି ସୁଲକ୍ଷଣା ଦେବି ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ଖୁବ୍ ଆଡମ୍ବର ସହିତ ପାଳନ କରାଯାଇଛି l ସକାଳ ପ୍ରାୟ ୭ ଘଟିକା ଠାରେ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ଅଦକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପଣ୍ଡିତ ନେହରୁଙ୍କ ଜୀବନ ଦର୍ଶନ ବିଷୟରେ ଆଲୋଚନା କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ପଣ୍ଡିତ ନେହେରୁଙ୍କ ଆଦର୍ଶରେ ଅନୁପ୍ରେଣିତ ହୋଇ ଜୀବନରେ ତାଙ୍କପରି ହେବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ପିଲାମାନଙ୍କ ଭିତରେ ବକୃତା, ରଚନା, ଚିତ୍ରାଙ୍କନ, କବିତା ଆବୃତ୍ତି ଓ ସାଂସ୍କୃତିକ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା l ପରିଶେଷରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା l

May 26, 2026/
No Comments


