କାର୍ଯ୍ୟରେ ଯୋଗଦେଲେ ନୂତନ ବନଅଧିକାରୀ
ତାଳଚେର, ୧୪/୧୧– ଏଠାରେ ଅବସ୍ଥାପିତ ବନାଧିକାରିଣୀ ସୁକାନ୍ତୀ ଦେଇ ଅବସର ଗ୍ରହଣ କରି ବାପରେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ହିଂମାଶୁ ଶେଖର ପୃଷ୍ଟିକୁ କିଛି ଦିନ ପାଇଁ ନିଯୁକ୍ତି ଦେଇଥିଲେ । ଏବେ ତାଙ୍କ ସ୍ଥାନରେ ଶ୍ରୀମତୀ ଚାରୁଲତା ନାୟକ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ବନ କାର୍ଯ୍ୟଳୟରେ କାର୍ଯ୍ୟରତ ଥିଲେ । ତାଳଚେରରେ ଯୋଗ ଦେବାପରେ ତାଙ୍କ କର୍ମଚାରୀମାନେ ତାଙ୍କୁ ସ୍ଵାଗତ କରିବା ସହ ତାଳଚେର ଅଂଚଳରେ ରହିଥିବା ସମସ୍ୟା ଗୁଡ଼ିକ ପ୍ରତି ଯତ୍ନବାନ୍ ହେବାପାଇଁ ଶ୍ରୀମତୀ ନାୟକ ଙ୍କୁ ପରାମର୍ଶ ଦେଇଥିଲେ । ତାଳଚେର ଜଙ୍ଗଲରେ ହେଉଥିବା ବନାଗ୍ନି ଓ ନୂତନ ବୃ କ୍ଷ ରୋପଣ ଓ ଏହାର ରକ୍ଷଣାବେକ୍ଷଣା ଉପରେ ଗୁରୁତ୍ବ ଦେବେ ସହ ବନ୍ୟ ପ୍ରାଣୀଙ୍କ ଠାରୁ କିପରି ଲୋକମାନକୁ ଧନ ଜୀବନ ରକ୍ଷା କରିପାରିବେ ସେ ପ୍ରତି ସବୁବେଳେ ସଜାଗ ଆଛନ୍ତି ବୋଲି ପ୍ରକାଶ କରିଛନ୍ତି ।



