
“ହସିଲେ ଶିଶୁ ..ହସେ ହୃଦୟ” ::ପବିତ୍ର ଶିଶୁ ଦିବସ ରେ ଶିକ୍ଷୟିତ୍ରୀ ଙ୍କ ପାଠ୍ୟ ସାମଗ୍ରୀ ବିତରଣ

:ବରଗଡ:୧୪/୧୧(ପବିତ୍ର ମେହେର) ପ୍ରତି ବର୍ଷ ଭଳି ଶିଶୁ ଦିବସ ଅବସରରେ ଶିକ୍ଷୟିତ୍ରୀ ଅନସୂୟା୍ ଦେବତା କୁନି କୁନି ପିଲାଙ୍କୁ ଖାତା,କଲମ ଓ ବିସ୍କୁଟ ବଣ୍ଟନ କରି ଶିଶୁ ଙ୍କ ମୁହଁରେ ଚେନାଏ ହସ ଦେବାର ପୁଣି ଏକ ପ୍ରୟାସ କରିଥିଲେ । ପ୍ରକାଶ ଥାଉ କି ଶ୍ରୀମତୀ ଦେବତା ଗତ କିଛି ବର୍ଷ ଧରି ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରି ଆସୁଛନ୍ତି ।ଆଜି ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତ ର ଭଏଁରୋ ପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାରତ ଚନ୍ଦ୍ର ପଧାନ ଙ୍କ ଅଧ୍ୟକ୍ଷତାରେ ତଥା ପରିଚାଳନା ରେ କୁନି କୁନି ପିଲାଙ୍କୁ ନେଇ ମହା ସମାରୋହରେ ଶିଶୁ ଦିବସ ପାଳନ କରିଥିଲେ । ଏହି ଦିବସ ପାଳନ ଅବସରରେ ବ୍ୟାଙ୍କ୍ ଅଫ ବରୋଦା ର ଅତାବିରା ଶାଖା ପ୍ରବନ୍ଧକ ଆନନ୍ଦ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ରୁବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଝିଲିମିଣ୍ଡା ସମିତି ସଭ୍ୟା ମଞ୍ଜୁଲତା ବଢେଇ ଓ ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ରମେଶ ବଢେଇ ମଞ୍ଚାଷିନ ହୋଇଥିଲେ । ।ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଜବାହର ଲାଲ ନେହେରୁ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।ଶିକ୍ଷକ ରମାକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ ଦେବତା ଙ୍କ ସହ ସମସ୍ତ ଅତିଥି କୁନି କୁନି ପିଲା ମାନଙ୍କୁ ଶିଶୁ ଦିବସର ମହତ୍ତ୍ଵ ପ୍ରତିପାଦନ କରିବା ସହ ଦେଶର ମହାନ୍ ପୁରୁଷ ମାନଙ୍କର କାହାଣୀ ତଥା ଜୀବନ ଚରିତ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ି ଭଳ ମଣିଷ ହେବା ପାଇଁ ଉତ୍ସାହ ଓ ପ୍ରେରଣା ଦେଇଥିଲେ ।ପରିବର୍ତ୍ତିତ ସମୟ ସହ ତାଳ ଦେଇ ସମାଜରେ ଦୈନିକ ପରିବର୍ତ୍ତନ ଘଟୁଥିବା ବେଳେ ଶିଶୁ ମାନଙ୍କୁ ଏଥିସହ ପରିଚିତ କରାଇ ଭବିଷ୍ୟତ ପାଇଁ ପ୍ରସ୍ତୁତି ରହିବାକୁ କହିଥିଲେ ଶ୍ରୀମତୀ ଦେବତା ଉଦବୋଧନ ଦେଇଥିଲେ lକୁନି କୋମଲ ମତି ପିଲାଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ର ସୁଯୋଗ ପାଇଥିବାରୁ ଶିକ୍ଷୟିତ୍ରୀ କୃତଜ୍ଞତା ଜଣାଇଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ।ଏହି ଅବସରରେ ସେ ବିଦ୍ୟାଳୟ ର ସମସ୍ତ ପିଲାଙ୍କୁ ସମାଜ ଖାତା ,କଲମ ,ଆଦି ବିତରଣ କରିଥିଲେ ।ଶିକ୍ଷାପ୍ରେମୀ ଗୋବିନ୍ଦ ପାତ୍ର, ଶିକ୍ଷୟିତ୍ରୀ ସୀମା ବାଗ, ରିଙ୍କି ଭୁଏ ପ୍ରମୁଖ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ଭୁବନେଶ୍ୱର ଭୁଏ ଧନ୍ୟବାଦ୍ ଅର୍ପଣ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

