ଶିମିଳିପାଳରେ ବାଘ ଗଣନା ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ କରାଯାଇଛି। NTCA ପ୍ରୋଟୋକଲ୍ ଅନୁଯାୟୀ ଆକଳନ ଦୁଇଟି ପର୍ଯ୍ୟାୟରେ କରାଯିବ, ପ୍ରଥମ ପର୍ଯ୍ୟାୟ ହେଉଛି ପର୍ଯ୍ୟାୟ-୧ ଏବଂ ଅନ୍ୟ ପର୍ଯ୍ୟାୟ-୩ ବ୍ୟାଘ୍ର ସଂରକ୍ଷଣ ସ୍ତରରେ।ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ।ଏଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି।ଏହା ପରେ ଦିତୀୟ ପର୍ଯ୍ୟାୟ ପ୍ରକିୟା ଡିସେମ୍ବର ମାସ ପ୍ରଥମରୁ ଆରମ୍ଭ କରାଯିବ। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ଅଞ୍ଚଳରେ ୧୫୦୦ କ୍ୟାମେରା ଲଗାଯାଇ ବାଘ ମାନଙ୍କର ଗତିବିଧିକୁ ରେକର୍ଡ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ତୃତୀୟ ପର୍ଯ୍ୟାୟରେ ବ୍ୟାଘ୍ର ସଂରକ୍ଷଣର ୧୩୨୧ ଗ୍ରୀଡ୍ (୨ ବର୍ଗ କିଲୋମିଟର ଗ୍ରୀଡ୍) ରେ ବ୍ୟାପକ କ୍ୟାମେରା ଟ୍ରାପିଂ ଅଭ୍ୟାସ କରାଯିବ। ପ୍ରତ୍ୟେକ ୨୫ ଦିନର ୨ଟି ଚକ୍ରରେ ପ୍ରାୟ ୧୫୦୦ କ୍ୟାମେରା ଟ୍ରାପ୍ ନିୟୋଜିତ କରାଯିବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

