ଅଗ୍ନିଶମ ବାହିନୀର ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ଜଣେ ଗୁରୁତର

ଅଗ୍ନିଶମ ବାହିନୀର ଗାଡ଼ି ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ମହାବିଦ୍ୟାଳୟ ନିକଟରେ ଗତ ରାତିରେ ବଡ଼ବିଲ ଅଗ୍ନିଶମ ବିଭାଗ କୁ ଭାଦ୍ରାସାହି ଅଞ୍ଚଳରୁ ଏକ ଫୋନ୍ କଲ୍ ଆସିଥିଲା କି ଭଦ୍ରାସାହି ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଥିଲା , ଖବର ପାଇ ଅଗ୍ନିଶମ ବିଭାଗ ର ଗାଡ଼ି ଛଅ ଜଣ କର୍ମଚାରୀଙ୍କୁ ନେଇ ବାହାରିଥିଲା ହେଲେ ବଡ଼ବିଲ ମହାବିଦ୍ୟାଳୟ ନିକଟରେ ଏକ ଅଜଣା ଗାଡ଼ି ଅଗ୍ନିଶମ ବାହିନୀର ଗାଡ଼ି କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଅଗ୍ନିଶମ ବାହିନୀର ଗାଡ଼ି ଟି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ପାଞ୍ଚଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ତେବେ ବଡ଼ବିଲ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଥି ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ତେବେ ବଡ଼ବିଲ ପୋଲିସ୍ ଦୁର୍ଘଟଣା ଗ୍ରସ୍ତ ଅଗ୍ନିଶମ ବାହିନୀର ଗାଡ଼ି କୁ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



