ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ ।ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ।
ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍। ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି। ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ଧର୍ମଧ୍ବଜା



