ଡିଜିଟାଲ ଡେସ୍କ: ଇଥୋପିଆରେ ୧୨ହଜାର ବର୍ଷ ପରେ ରବିବାର ହଠାତ୍ ଫାଟିଲା ଜ୍ୱାଳାମୁଖୀ । ଏହି ବିସ୍ଫୋରଣରୁ ନିର୍ଗତ ପାଉଁଶ ଏବଂ ସଲଫର ଡାଇଅକ୍ସାଇଡ୍ ପ୍ରାୟ ୧୫ହଜାର କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲା । ଏହା ଲାଲ ସାଗର ଦେଇ ବ୍ୟାପି ୟେମେନ ଏବଂ ଓମାନରେ ପହଞ୍ଚିଥିଲା ।
ବିଳମ୍ବିତ ରାତିରେ ଏହି ଜ୍ୱାଳାମୁଖୀର ପାଉଁଶ ଇଥୋପିଆରୁ ୪,୩୦୦ କିଲୋମିଟର ଦୂର ଦିଲ୍ଲୀର ଆକାଶକୁ ମଧ୍ୟ ଅଚ୍ଛାଦିତ କରିଥିଲା ।



