
ଅନୁଗୋଳ,02/12/2025:ନାଲକୋ କଲୋନୀ ପରିସର ତୃତୀୟ ମହଲା କଲୋନୀ କ୍ୱାଟର ନମ୍ୱର ବି୨୦୦୧ ରେ ଜଣେ ମହିଳାଙ୍କ ସନ୍ଧେହ ଜଣକ ମୃତ୍ୟୁ । ମୃତ ମହିଳା ଜଣକ ମଧୁସ୍ମିତା ପ୍ରଧାନ ସ୍ବାମୀ କାର୍ତ୍ତିକେଶ୍ୱର ପ୍ରଧାନ , ବୟସ ୩୫ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ କାର୍ତିକେଶ୍ୱର ଦିନ୧.୪୦ ମି ସମୟରେ ନିଜ ଝିଅକୁ ସ୍କୁଲରୁ ଧରିକି ଫେରିଥିଲେ ।ସାମ୍ନାକବାଟ ବନ୍ଦ ଥିବାରୁ ପଛପଟରେ ଘରକୁ ଆସି ଦେଖିଥିଲେ ମଧୁସ୍ମିତା ତଳେ ପଡ଼ିଥିଲେ । ତେବେ ତାଙ୍କୁ ତୁରନ୍ତ ନାଲକୋ ମେଡିକାଲ କୁ ନେଇଥିଲେ । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଏସ୍ଡିପିଓ,ନାଲକୋ ପୋଲିସ ଓ ନାଲକୋ ଘରୋଇସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ଅନୁଗୋଳ ରୁ ସୁଧାକର ସାହୁ




