କଟକ : କଟକ ବାରବାଟୀରେ ନାଲିମାଟି ପିଚରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ । ୯ ତାରିଖରେ ମହାମୁକାବିଲା ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଶେଷ ପ୍ରସ୍ତୁତି । ହାଇଭୋଲଟେଜ ମ୍ୟାଚରେ ହେବ ଚଉକା, ଛକା ବର୍ଷା ।ଅନଲାଇନ୍ ପ୍ରକ୍ରିୟା ସରିଲା, ଏବେ ଆରମ୍ଭ ହେବ ଅଫଲାଇନ୍ ମୋଡରେ ଟିକେଟ ବିକ୍ରି ହେବ । ଆସନ୍ତା ୫ ତାରିଖରେ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଥିବା ବେଳେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଅନୁବନ୍ଧିତ ସଂଘ ଗୁଡ଼ିକୁ ଦିଆଯିବ ଟିକେଟ । ଓସିଏ ସହିତ ଅନୁବନ୍ଧିତ ସଂସ୍ଥାଗୁଡିକୁ ୧୦ ହଜାର ଟିକେଟ ବିକ୍ରି କରାଯିବ । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନୁବନ୍ଧିତ ସଂଘ ଗୁଡ଼ିକ ଓସିଏ ଆସି ନିଜ ନିଜ ଭାଗର ଟିକେଟ ସଂଗ୍ରହ କରିବେ ।ଆସନ୍ତା ପାଞ୍ଚ ତାରିଖ ଦିନ ପୂର୍ବାହ୍ନ ୧୦ ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। କ୍ରୀଡ଼ାପ୍ରେମୀଙ୍କ ପ୍ରବଳ ଭିଡ଼କୁ ଚାରି ତାରିଖ ସନ୍ଧ୍ୟାରୁ କମିଶନରେଟ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯିବ । ମ୍ୟାଚ ପାଇଁ ପିଚ, ଆଉଟ ଫିଲଡ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଥିବା ବେଳେ ହାଇ ସ୍କୋରିଂ ମ୍ୟାଚ ଅପେକ୍ଷାରେ ବାରବାଟୀ ।

June 28, 2026/
No Comments


