*ଅତାବିରା ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ*

ବରଗଡ:୩/୧୨(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିଥି ରୂପେ ଏ.ବି.ଇ.ଓ. କାର୍ତ୍ତିକ ବାଗ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ବି.ଆର୍.ଟି. ବଳରାମ ନାଗ ଏବଂ ବନ୍ଧପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡାକ୍ତର ବିଶି ମଞ୍ଚାସୀନ ଥିଲେ।ବି.ଆର୍.ଟି ସାଇସୁଧା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ଭିନକ୍ଷମ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସର୍ବକନିଷ୍ଠ ,କନିଷ୍ଠ ଓ ବରିଷ୍ଠ ବିଭାଗରେ ଚିତ୍ରାଙ୍କନ, ସଙ୍ଗୀତ, ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ବ୍ଲକର ସମସ୍ତ ସି.ଆର୍.ସି.ସି.। ସି.ଆର୍.ସି.ସି ରଶ୍ମିରାଣୀ ନନ୍ଦ ଏବଂ କେଶବ ଛନ୍ଦ ମଞ୍ଚ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏ.ବି.ଡି.ଓ. ଗୀରିନ୍ଦ୍ର ସାହୁ ,ସମ୍ମାନିତ ଅତିଥି ରୂପେ ବ୍ଲକ୍ ସ୍ୱାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର ଯୋଗଦାନ କରିଥିଲେ।ଏହି ଅବସରରେ ବ୍ଳକରେ କାର୍ଯ୍ୟରତ ସମସ୍ତ ଭିନ୍ନକ୍ଷମ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ମୋମେଣ୍ଟୋ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକର ଅନ୍ତର୍ନୀବେଶୀ ସ୍ୱେଚ୍ଛାସେବୀ ଲକ୍ଷ୍ମୀ ନାରାୟଣ ପାତ୍ର, ଶାନ୍ତନୁ ଧରୁଆ, ମୀନା ତାଣ୍ଡି ଓ ରୋଜି ବାରିକ ପ୍ରମୁଖ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ସି.ଆର୍.ସି. ନୃପ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।




