ପରିବହନ ସଂସ୍ଥା ଦ୍ୱାରା ପରିବହନ ଭଡ଼ା ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଗାଡ଼ି ମାଲିକ

କେନ୍ଦୁଝର ଜିଲ୍ଲାରେ ପରିବହନ ସଂସ୍ଥାର ଦାଦାଗିରି, ପରିବହନ ଭଡ଼ା ହଡପ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଗାଡ଼ି ମାଲିକ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଓ ଝୁମ୍ପୁରା ବ୍ଲକ୍ ରେ ପରିବହନ କରୁଥିବା ଟ୍ରକ୍ ମାଲିକଙ୍କ ପରିବହନ ଭଡ଼ାକୁ ବସନ୍ତ ପୁର ନଇବୁଗା ଅଞ୍ଚଳର ଏକ ପରିବହନ ସଂସ୍ଥା ହଡ଼ପ କରୁଥିବା ନେଇ ଟ୍ରକ୍ ମାଲିକ ମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।ଟ୍ରକ୍ ମାଲିକଙ୍କ ଅଭିଯୋଗ ଅନୁଯାୟୀ,ଋଣ ଗ୍ରସ୍ତ ହୋଇ ଟ୍ରକ୍ ଚଳାଉଥିବା ଟ୍ରକ ମାଲିକଙ୍କ ପରିବହନ ଭଡ଼ା କମ୍ ମିଳୁଥିବା ବେଳେ ବର୍ତ୍ତମାନ ଯେଉଁ ଭଡ଼ା ମିଲୁ ଅଛି ସେଥିରୁ ବି କିଛି ଟଙ୍କା କାଟି ଦିଆ ଯାଉଛି ।ଏକ ପରିବହନ ସଂସ୍ଥା ପ୍ରତି ଟନ୍ ପିଛା କୋଡ଼ିଏ ରୁ ୫୦ ଟଙ୍କା ହଡ଼ପ କରି ନେଉଥିବା ଟ୍ରକ୍ ମାଲିକ ମାନେ ଅଭିଯୋଗ କରିଛନ୍ତି । ଯେ,ସଂପୃକ୍ତ ପରିବହନ ସଂସ୍ଥା ନିଜର ପରିବହନ ବେଳେ ଧୂଳି ଧୂଆଁ ଉଡ଼ି ଅଞ୍ଚଳ ପ୍ରଦୂଷିତ ହେଉଥିଲେ ହେଁ ରାସ୍ତାରେ ପାଣି ପକାଉ ନାହିଁ ।ପରିବହନ ଭଡ଼ା ଆତ୍ମସାତ ନେଇ ଟ୍ରକ୍ ମାଲିକ ମାନେ ପୂର୍ବରୁ ବହୁବାର ଅଭିଯୋଗ କରିଥିଲେ ହେଁ ପରିବହନ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।ପରିବହନ ଭଡ଼ା କମ୍ ମିଳିବା ସାଙ୍ଗ କୁ ଟନ୍ ପିଛା କିଛି ଟଙ୍କା କାଟି ଦିଆ ଯାଉ ଥିବାରୁ ଟ୍ରକ୍ ଋଣ ଦେଇ ପାରୁ ନଥିବା ଟ୍ରକ୍ ମାଲିକ ଆର୍ଥିକ ଅନ।ଟନ ର ଶିକାର ହେଉଛନ୍ତି ।ପୂର୍ବରୁ ଋଣ ପରିଶୋଧ କରି ନପାରି ଟ୍ରକ୍ ମାଲିକ ଅଞ୍ଚଳରେ ଆତ୍ମହତ୍ୟା କରିଥିବାର ମଧ୍ୟ ନଜିର ରହିଛି ।ଏଣୁ ବେଆଇନ ଭାବେ ପରିବହନ ଭଡ଼ା ହଡ଼ପ କରୁଥିବ। ପରିବହନ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରକ୍ ମାଲିକ ମାନେ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି । ବାଧ୍ୟ ହୋଇ ପରିବହନ ସଂସ୍ଥାର ପରିବହନ ଲାଇସେନ୍ସ କୁ ରବ୍ଦ କରିବା ପାଇଁ ପରିବହନ ହେଉଥିବା ଟ୍ରକ୍ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବାର ଟ୍ରକ୍ ମାଲିକ ମାନେ ଚେତାବନୀ ଦେଇଛନ୍ତି । ଯୋଡା ସ୍ଥିତ ମାଇନିଙ୍ଗ ଏରିଆ ଟ୍ରକ୍ ଓନର୍ ଆସୋସିଏସନ୍ ( ମା ଟ ଆ) କାର୍ଯ୍ୟାଳୟକୁ ଆସି ଆସୋ ସି ଏ ସ ନ ଧାର୍ଯ୍ୟ କରି ଥିବା ପରିବହନ ମୂଲ୍ୟ ର ତାଲିକା ମାଗିବ। ସହିତ ନଈବୁଗା ସ୍ଥିତ ଏହି ପରିବହନ ସଂସ୍ଥା ବିରୋଧରେ ସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ନଈ ବୁଗା ଖଣି ର ପରିବହନ ଠିକାଦାର ପରିବହନ ଭଡ଼ା ମୂଲ୍ୟକୁ ମନ ଇଚ୍ଛା ହ୍ରାସ କରି ଦେଉଛନ୍ତି,୩ ମାସ ହେଲା ପେମେଣ୍ଟ ଦେଉ ନାହାନ୍ତି ।ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କେନ୍ଦୁଝର ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳି ପାରୁ ନାହିଁ । ଏ ନେଇ ସଂଘ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




