କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଭାରତର ଇଲେକ୍ଟ୍ରିକ ଯାନ ମାର୍କେଟର ବିକାଶ ଘଟି ଏହାର ବିକ୍ରି ୨୦୩୦ ସୁଦ୍ଧା ବାର୍ଷିକ ୨୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡକରୀ କହିଛନ୍ତି ଆସନ୍ତା ୫ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ ଯାନ ଯୋଗୁଁ ୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେ କହିଛନ୍ତି ଇତିମଧ୍ୟରେ ଦେଶରେ ୫୭ଲକ୍ଷ ଇଲେକ୍ଟ୍ରିକ ଯାନ ପଞ୍ଜିକରଣ ହୋଇଛି।ଇଭି କାର୍ ବିକ୍ରିରେ ୨୦ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ପେଟ୍ରୋଲ ଏବଂ ଡିଜେଲ ଚାଳିତ କାର୍ ବିକ୍ରି ୪ ଦଶମିକ ୨ ପ୍ରତିଶତ ବୃଦ୍ଧି ଘଟିଛି । ଦେଶରେ ଇଲେକ୍ଟ୍ରିକ ଯାନର ବିକ୍ରି ସମ୍ପର୍କରେ ଶ୍ରୀ ଗଡକରୀ କହିଛନ୍ତି ଗତ ୨ ବର୍ଷ ମଧ୍ୟରେ ଇଣ୍ଟରନାଲ କମ୍ବଷ୍ଟନ ଇଞ୍ଜିନ ଅପେକ୍ଷା ଇଲେକ୍ଟ୍ରିକ ଯାନର ବିକ୍ରି ବୃଦ୍ଧି ପାଇଛି । ସେ କହିଛନ୍ତି ଭାରି ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ୨ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।



