ଭୁବନେଶ୍ୱର : ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା । ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନାଁ ଘୋଷଣା କରାଯାଇଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା ମୋର୍ଚ୍ଚା ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ, କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ଏସ.ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଓ ଏସି.ଟି ମୋର୍ଚ୍ଚା ସଭାପତି ହୋଇଛନ୍ତି କାନ୍ଦେରା ସୋରେନ ।ଓବିସି ମୋର୍ଚ୍ଚା ସଭାପତି ପ୍ରଦ୍ୟୁମ୍ନ ନାୟକ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂହ, ଅନୁଗୁଳ ଜିଲ୍ଲା ପ୍ରଭାରୀ ଗୋଲକ ପ୍ରସାଦ ମହାପାତ୍ର, ବାଲେଶ୍ବର ପାଇଁ ଗୌତମ ରାୟ, ବାଲେଶ୍ବର(ଉତ୍ତର) ପାଇଁ ଉମାକାନ୍ତ ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

